ସତ ମାନିଲେ କଂଗ୍ରେସ ନେତା, ଗୁଜରାଟରେ ନିର୍ବାଚନ ଜିତିବା ବହୁତ କଷ୍ଟ

Advertisment
ସତ ମାନିଲେ କଂଗ୍ରେସ ନେତା, ଗୁଜରାଟରେ ନିର୍ବାଚନ ଜିତିବା ବହୁତ କଷ୍ଟ

ଅହମ୍ମଦାବାଦ: ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ କଂଗ୍ରେସ ଦଳର ନେତା ମିଲିନ୍ଦ ଦେଓରାଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି । ଗୁଜୁରାଟ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଜିତିବା ବହୁତ କଷ୍ଟକର ବୋଲି ସେ କହିଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମିତି ନୁହେଁ ଯେ ଏହାକୁ ଜିତିହେବନାହିଁ | ସେ କହିଛନ୍ତି ଯେ ବିମୁଦ୍ରାକରଣ ପରେ ଏମିତି ପରିବେଶ ସୃଷ୍ଟି ହୋଇଥିଲା, ଯେତେବେଳେ କଂଗ୍ରେସ ଦଳ ନିର୍ବାଚନ ଜିତିଯାଇଥାନ୍ତା । ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଆଉ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ପର୍ଯ୍ୟବେକ୍ଷକ ଭାବେ ଦେଓରାଙ୍କୁ ନିଯୁକ୍ତ କରାଯାଇଛି |

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗୃହ ରାଜ୍ୟ ଗୁଜୁରାଟରେ ୧୯୯୮ ମସିହାରୁ ବିଜେପି କ୍ଷମତାରେ ଥିବାବେଳେ ୧୯୯୫ ମସିହାଠାରୁ କଂଗ୍ରେସ ଗୋଟିଏ ବି ବିଧାନସଭା ନିର୍ବାଚନରେ ​​ଜିତିବାରେ ସକ୍ଷମ ହୋଇ ନାହିଁ। ୨୦୧୭ ରେ କଂଗ୍ରେସ ୭୭ ଟି ସିଟ୍ ଜିତିଥିବାବେଳେ ବିଜେପି ୯୯ ଟି ସିଟ୍ ଜିତିଥିଲା । ସେ କହିଛନ୍ତି ଯେ ଠିକ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ସହ ମିଶି କାର୍ଯ୍ୟ କରିବି | ତୃଣମୂଳ ସ୍ତରରେ କର୍ମୀଙ୍କ ମଧ୍ୟରେ ଏକତା ସୃଷ୍ଟି ସହ ପୂର୍ବ ନିର୍ବାଚନରେ ଯେଉଁ ସବୁ ଭୁଲ ହୋଇଥିଲା, ତାହା ଯେପରି ​​ପୁନରାବୃତ୍ତି ନହେବ ସେଥିପ୍ରତି ଦୃଷ୍ଟି ଦେବି |

ସୂଚନା ଥାଉ କି ଦୁଇ ଦିନ ପୂର୍ବେ ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପର୍ଯ୍ୟବେକ୍ଷକ ଘୋଷଣା କରିଥିଲା। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଗୁଜରାଟର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲେ । ଏଥି ସହିତ ତାଙ୍କ ସହ ଦୁଇଜଣ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ ହୋଇଥିଲେ । ସେଥିମଧ୍ୟରୁ ଛତିଶଗଡ ମନ୍ତ୍ରୀ ଟି.ଏସ୍ ସିଂଦେଓ ଏବଂ ମହାରାଷ୍ଟ୍ରର ନେତା ମିଲିନ୍ଦ ଦେଓରାଙ୍କ ନାମ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe