କଶ୍ମୀରର ବଡ଼ଗାମରେ ଏନ୍‌କାଉଣ୍ଟର୍‌: ଜଣେ ଆତଙ୍କବାଦୀ ନିହତ

Advertisment
କଶ୍ମୀରର ବଡ଼ଗାମରେ ଏନ୍‌କାଉଣ୍ଟର୍‌: ଜଣେ ଆତଙ୍କବାଦୀ ନିହତ

Image Source: India Today

ଶ୍ରୀନଗର: ଶୁକ୍ରବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ବଡ଼ଗାମ ଜିଲ୍ଲାରେ ଛପିରହିଥିବା ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି।

ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ନିରାପତ୍ତା ବଳ ଶ୍ରୀନଗର ସହର ଉପକଣ୍ଠସ୍ଥିତ ବଡ଼ଗାମ ଜିଲ୍ଲାର ନାଓଗାମ୍‌ ଅଞ୍ଚଳ ଅନ୍ତର୍ଗତ ଚେକ୍‌ପୋରା ଅଞ୍ଚଳକୁ ଘେରାଉ କରିଥିଲେ ବୋଲି ପୁଲିସ କହିଛି।

ଚାରିପଟର କର୍ଡନ ଦୃଢ଼ ହେବାରୁ ଛପିଥିବା ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇଥିଲେ। ସମ୍ପୃକ୍ତ ଅଞ୍ଚଳରେ ଏବେ ଏନ୍‌କାଉଣ୍ଟର୍‌ ଚାଲିଛି।

କିଛି କ୍ଷଣ ପାଇଁ ଗୁଳି ଚାଳନା ବନ୍ଦ ହେବ ପରେ ଜଣେ ଆତଙ୍କବାଦୀଙ୍କ ଶବ ଉଦ୍ଧାର କରାଯାଇଛି।

ନିରାପତ୍ତା ବଳ ସେ ଅଞ୍ଚଳରେ ତଲାସ ଅଭିଯାନ ଚାଲୁ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe