ରାଜ୍ୟପାଳଙ୍କ ଅନୁମୋଦନ ବିନା ଲସ୍ ଆଞ୍ଜେଲସ୍‌ରେ ସେନା ମୁତୟନ: ଅଡୁଆରେ ଟ୍ରମ୍ପ୍

୨୦୨୦ରେ ନ୍ୟାସନାଲ ଗାର୍ଡ ମୁତୟନକୁ ରାଜ୍ୟପାଳଙ୍କ ଅନୁମୋଦନ ସହିତ ଯୋଡିଥିବା ଟ୍ରମ୍ପ୍ ଏବେ ବିନା ଅନୁମତିରେ ସେନା ପଠାଇଛନ୍ତି। ଲସ୍ ଆଞ୍ଜେଲସ୍‌ରେ ଚାଲିଥିବା ପ୍ରବାସୀ ବିରୋଧୀ ପ୍ରତିବାଦ ମଧ୍ୟରେ, ରାଜ୍ୟପାଳ ନ୍ୟୁସମ୍ ଏହାକୁ ଅସାମ୍ବିଧାନିକ ବୋଲି କହିଛନ୍ତି...

Military deployment in Los Angeles without governor's approval: Trump in limbo

Military deployment in Los Angeles without governor's approval: Trump in limbo Photograph: (sambad.in)

ୱାଶିଂଟନ: ଆମେରିକାରେ ପ୍ରବାସ ନୀତି ବିରୋଧରେ ପ୍ରତିବାଦ ଜୋର ଧରିଛି। ଏପରି ପରିସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ କାଲିଫର୍ନିଆ ରାଜ୍ୟପାଳ ଗାଭିନ ନ୍ୟୁସମ୍‌ଙ୍କ ମଧ୍ୟରେ ବିବାଦ ପୁଣି ଥରେ ତୀବ୍ର ହୋଇଛି। ଟ୍ରମ୍ପ୍ ପ୍ରଶାସନ ଲସ୍ ଆଞ୍ଜେଲସର ରାସ୍ତାରେ ବହୁ ସଂଖ୍ୟକ ନ୍ୟାସନାଲ ଗାର୍ଡ ଏବଂ ମାରିନ୍ ମୁତୟନ କରିବା ପରେ ମାମଲା ସରଗରମ ହୋଇଛି।

ତାହା ମଧ୍ୟ ରାଜ୍ୟର ଅନୁମୋଦନ ବିନା। କିନ୍ତୁ ଏବେ ଏହି ସମ୍ପୂର୍ଣ୍ଣ ବିବାଦ ଏକ ନୂତନ ମୋଡ଼ ନେଇଛି। ୨୦୨୦ ମସିହାର ଟ୍ରମ୍ପ୍‌ଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ନିଜେ କହୁଛନ୍ତି ଯେ, ରାଜ୍ୟପାଳଙ୍କ ଠାରୁ ଅନୁରୋଧ ନ ଆସିବା ପର୍ଯ୍ୟନ୍ତ ଆମେ ନ୍ୟାସନାଲ ଗାର୍ଡ ପଠାଇପାରିବୁ ନାହିଁ।

୨୦୨୦ ରେ ଯାହା କୁହାଯାଇଥିଲା, ୨୦୨୫ ରେ ତାହା ବିପରୀତ ହୋଇଛି। ଏହି ଭାଇରାଲ କ୍ଲିପ୍ ଟ୍ରମ୍ପ୍‌ଙ୍କ ପ୍ରଥମ କାର୍ଯ୍ୟକାଳର। ଯେତେବେଳେ ସେ ଏବିସି ନ୍ୟୁଜ୍‌କୁ ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବରେ କହିଥିଲେ, ଆମେ ଆଇନର ପରିସର ମଧ୍ୟରେ କାମ କରୁ। ରାଜ୍ୟପାଳଙ୍କ ଅନୁରୋଧ ବିନା ଆମେ ନ୍ୟାସନାଲ ଗାର୍ଡ ପଠାଇପାରିବୁ ନାହିଁ।

ଆମେ ପୋର୍ଟଲ୍ୟାଣ୍ଡରେ ମଧ୍ୟ ବିଦ୍ରୋହ ଆଇନ କାର୍ଯ୍ୟକାରୀ କରି ନଥିଲୁ କାରଣ ଏହାର ଆବଶ୍ୟକତା ନଥିଲା। ବର୍ତ୍ତମାନ, ପାଞ୍ଚ ବର୍ଷ ପରେ, ସେହି ଟ୍ରମ୍ପ୍ ପୁଣି ଥରେ ରାଷ୍ଟ୍ରପତି ହୋଇଛନ୍ତି ଏବଂ କାଲିଫର୍ନିଆର ରାଜ୍ୟପାଳଙ୍କୁ ନ ପଚାରି ମନକୁ ମନ ନ୍ୟାସନାଲ ଗାର୍ଡକୁ ନିୟୋଜିତ କରାଇଛନ୍ତି।

୪ ଦିନ ଧରି ରାସ୍ତାରେ ପ୍ରତିବାଦ ହେବାରୁ ଟ୍ରମ୍ପତ  ୨୭୦୦ ସୈନିକ ପଠାଇଛନ୍ତି। ଲୋକମାନେ ନିରନ୍ତର ପ୍ରବାସ ଆଇନ ବିରୋଧରେ ପ୍ରତିବାଦ କରୁଛନ୍ତି। ଲସ୍ ଆଞ୍ଜେଲସ୍‌ରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ସମୟରେ ଟ୍ରମ୍ପ୍ ୨୦୦୦ ନୂତନ ନ୍ୟାସନାଲ୍ ଗାର୍ଡ ଏବଂ ୭୦୦ ମାରିନ୍ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଧିକ ପଢ଼ନ୍ତୁ: ଇସ୍ରାଏଲ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କଲେ ଇରାନ ନେବ ବଡ଼ ପଦକ୍ଷେପ: ଆଇଏଇଏ ମୁଖ୍ୟଙ୍କ ଚେତାବନୀ

ଏହି ଫୋର୍ସ ପୂର୍ବରୁ ଉପସ୍ଥିତ ଥିବା ୨୦୦୦ ସୈନିକଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଅର୍ଥାତ୍ ମୋଟ ୪,୭୦୦ ସୈନିକ ରାସ୍ତାରେ ନିୟୋଜିତ ହୋଇଛନ୍ତି, ଏବଂ ବର୍ତ୍ତମାନ ଏହି ନିଷ୍ପତ୍ତି ନେଇ ଟ୍ରମ୍ପ୍ ଅଡୁଆରେ ପଡିଛନ୍ତି। ଏହାକୁ ନେଇ ରାଜନୀତି ଚାଲିଛି।

ଏହା ଏକ ବେଆଇନ ଏବଂ ଅନୈତିକ ପଦକ୍ଷେପ' ବୋଲି ରାଜ୍ୟପାଳ ନ୍ୟୁସମ୍ ଜବାବ ଦେଇଛନ୍ତି। ରାଜ୍ୟପାଳ ଗାଭିନ୍ ନ୍ୟୁସମ୍ ଟ୍ରମ୍ପଙ୍କ କାର୍ଯ୍ୟକୁ ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ, ରାଜ୍ୟର ଅନୁମୋଦନ ବିନା ସେନା ପଠାଇବା କେବଳ ବେଆଇନ ନୁହେଁ ବରଂ ଗଣତନ୍ତ୍ର ପାଇଁ ବିପଦ।

ଏମଏସଏନବିସି ଚ୍ୟାନେଲରେ ଭାଷଣ ଦେଇ ସେ ଟ୍ରମ୍ପ୍ ପ୍ରଶାସନର ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟପାଳଙ୍କ ସମାଲୋଚନାର ଜବାବ ଟ୍ରମ୍ପ୍ ନିଜ ଶୈଳୀରେ ଦେଇଛନ୍ତି। ଟ୍ରମ୍ପ୍ ଏହା ରାଜ୍ୟପାଳଙ୍କ ବିଫଳତା ବୋଲି କହିଛନ୍ତି ଏବଂ ପ୍ରଦର୍ଶନକାରୀଙ୍କୁ ହିଂସାକାଣ୍ଡ ଭିଆଇଥିବା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ତାଙ୍କର କାମ ହେଉଛି ଆମେରିକାକୁ ପୁଣି ଥରେ ମହାନ କରିବା।

ଅଧିକ ପଢ଼ନ୍ତୁ: ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ

USA | donald-trump

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe