ମସ୍କୋ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ୨ ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତ ରାତିରେ ରୁଷ୍ର ପ୍ରଚଣ୍ଡ ବିମାନ ଆକ୍ରମଣରେ ପ୍ରାୟ ୮୭ଟି ସାମରିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି ଏବଂ ଏଥିରେ ୫ ଶହରୁ ଅଧିକ ୟୁକ୍ରେନ୍ ସୈନିକ ନିହତ ହୋଇଥିବା ରୁଷ୍ ଦାବି କରିଛି। ୟୁକ୍ରେନ୍ ଏ ନେଇ କିଛି ସ୍ପଷ୍ଟ କରିନାହିଁ। ଡେନେସ୍କ ଓ ଲୁହାଂସ୍କ ଅଞ୍ଚଳକୁ ପୂର୍ଣ୍ଣ ସ୍ବାଧୀନ କରିବା ପାଇଁ ରୁଷ୍ ଏବେ ନିର୍ଣ୍ଣାୟକ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛି ଏବଂ ସପ୍ତାହକ ମଧ୍ୟରେ ସେଠାରେ ବହୁତ ବଡ଼ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି । ୟୁକ୍ରେନ୍ ସୈନିକ ନାଟୋ ରାଷ୍ଟ୍ରମାନଙ୍କଠାରୁ ପାଇଥିବା ଅସ୍ତ୍ର ସହାୟତାରେ ଯୁଦ୍ଧ ଲମ୍ବାଇବାକୁ ଚାହୁଥିବା ବେଳେ ରୁଷ୍ ଯଥାସମ୍ଭବ କମ୍ ସମୟରେ ଏହି ଅଂଚଳକୁ ୟୁକ୍ରେନ୍ରୁ ମୁକ୍ତ କରିବାକୁ ଚାହୁଛି।
୮୭ ସାମରିକ ପ୍ରତିଷ୍ଠାନ ଧ୍ବସ୍ତ, ୫୦୦ରୁ ଅଧିକ ସୈନିକ ନିହତ ଆଶଙ୍କା
Advertisment
Follow Us