ସେନା ଅଧିକାରୀମାନଙ୍କୁ ଆଉ ରିହାତି ଦରରେ ସେନା କ୍ୟାଣ୍ଟିନ୍‌ରେ ଉପଲବ୍ଧ ହେବ ନାହିଁ ବିଳାସପୂର୍ଣ୍ଣ ଏସ୍‌ୟୁଭି ଗାଡ଼ି

Advertisment
ସେନା ଅଧିକାରୀମାନଙ୍କୁ ଆଉ ରିହାତି ଦରରେ ସେନା କ୍ୟାଣ୍ଟିନ୍‌ରେ ଉପଲବ୍ଧ ହେବ ନାହିଁ ବିଳାସପୂର୍ଣ୍ଣ ଏସ୍‌ୟୁଭି ଗାଡ଼ି

Business Line

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ଭାରତୀୟ ସଶସ୍ତ୍ର ସେନା ବାହିନୀର ତିନି ବାହିନୀ- ସ୍ଥଳସେନା, ବାୟୁସେନା ଓ ନୌସେନା-ରେ କାର୍ଯ୍ୟରତ ସେନା ଅଧିକାରୀମାନଙ୍କୁ ଆଉ ରିହାତି ଦରରେ ବିଳାସପୂର୍ଣ୍ଣ ଏସ୍‌ୟୁଭି ଗାଡ଼ି ସେନା କ୍ୟାଣ୍ଟିନ୍‌ରେ ଉପଲବ୍ଧ ହେବ ନାହିଁ। ସେନା କ୍ୟାଣ୍ଟିନ୍‌ରୁ ବିଳାସପୂର୍ଣ୍ଣ ଏସ୍‌ୟୁଭି ଗାଡ଼ି କିଣିବାକୁ ଚାହୁଁଥିବା ସେନା ଅଧିକାରୀମାନଙ୍କୁ ସର୍ବନିମ୍ନ ୧୨ ଲକ୍ଷ ଟଙ୍କା ପୈଠ କରିବା ପାଇଁ ପଡ଼ିବ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ପୂର୍ବରୁ ଶତକଡ଼ା ୫୦ ରହାତି ଦରରେ ସମସ୍ତ ପ୍ରକାରର ବିଳାସପୂର୍ଣ୍ଣ ଏସ୍‌ୟୁଭି ଗାଡ଼ି ଭାରତୀୟ ସେନାର ଅଧିକାରୀମାନଙ୍କୁ ସେନା କ୍ୟାଣ୍ଟିନରୁ ଉପଲବ୍ଧ ହୋଇ ପାରୁଥିଲା।

ତେବେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ବଳରେ ଏହି ସୁବିଧା ବା ବ୍ୟବସ୍ଥାକୁ ଗତ ଜୁନ୍‌ ୧ ତାରିଖ ଠାରୁ ପ୍ରତ୍ୟାହାର କରି ନିଆଯାଇଛି। ପୁଣି ପୂର୍ବପରି ସମସ୍ତ ପ୍ରକାରର ବିଳାସପୂର୍ଣ୍ଣ ଏସ୍‌ୟୁଭି ଗାଡ଼ି ଏଣିକି ଆଉ ସେନା କ୍ୟାଣ୍ଟିନ୍‌ରେ ଉପଲବ୍ଧ ହେବନାହିଁ। ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଅଳ୍ପ କେତେକ ମଧ୍ୟମ ବର୍ଗର ବିଳାସପୂର୍ଣ୍ଣ ଏସ୍‌ୟୁଭି ଗାଡ଼ି ସେନା କ୍ୟାଣ୍ଟିନ୍‌ରେ ସେନା ଅଧିକାରୀମାନଙ୍କ ପାଇଁ ଉପଲବ୍ଧ ହେବ।

publive-image

୨,୫୦୦ ସିସିର ଏସ୍‌ୟୁଭି ଗାଡ଼ି ସେନା କ୍ୟାଣ୍ଟିନ୍‌ରୁ କିଣିଲେ ସେନା ଅଧିକାରୀମାନଙ୍କୁ ସର୍ବନିମ୍ନ ୧୨ ଲକ୍ଷ ଟଙ୍କା ଦେବାକୁ ହେବ। ପୁଣି ଲେବୁଲ ୧୦ରୁ ୧୮ ମଧ୍ୟରେ ରହିଥିବା ସେନା ଅଧିକାରୀମାନେ କେବଳ ଏହି ଗାଡ଼ି କିଣି ପାରିବେ। ସେହିପରି ୩ଏରୁ ୯ ଲେବୁଲ ମଧ୍ୟରେ ରହିଥିବା ଅଧିକାରୀମାନେ ୧,୪୦୦ ସିସି ପର୍ଯ୍ୟନ୍ତ ଗାଡ଼ି କିଣି ପାରିବେ ଏବଂ ଏଥିପାଇଁ ସେମାନଙ୍କୁ ସର୍ବନିମ୍ନ ୫ ଲକ୍ଷ ଟଙ୍କା ଦେବାକୁ ହେବ। ପୂର୍ବରୁ ସେନା ଅଧିକାରୀମାନେ ପ୍ରତି ୪ ବର୍ଷରେ କ୍ୟାଣ୍ଟିନ୍‌ରୁ ଗୋଟିଏ ଗାଡ଼ି କିଣି ପାରିବାର ବ୍ୟବସ୍ଥା ରହିଥିବା ବେଳେ ନୂତନ ନିର୍ଦ୍ଦେଶନାମାରେ ସରକାର ଏହି ଅବଧିକୁ ବଢ଼ାଇ ୮ ବର୍ଷ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe