ମାର୍ଚ୍ଚ ୧ ତାରିଖରୁ କ୍ଷୀର ଲିଟର ପିଛା ୫୦ ଟଙ୍କା ବଦଳରେ ୧୦୦ ଟଙ୍କାରେ କିଣିବେ ଗ୍ରାହକ

Advertisment
ମାର୍ଚ୍ଚ ୧ ତାରିଖରୁ କ୍ଷୀର ଲିଟର ପିଛା ୫୦ ଟଙ୍କା ବଦଳରେ ୧୦୦ ଟଙ୍କାରେ କିଣିବେ ଗ୍ରାହକ

ନୂଆଦିଲ୍ଲୀ: ଦିନକୁ ଦିନ କୃଷି ଆଇନକୁ ବିରୋଧ ବଢ଼ିବାରେ ଲାଗିଛି। ଦିଲ୍ଲୀ ସୀମାରେ କୃଷକମାନେ ଲଗାତାର ଆନ୍ଦୋଳନ କରୁଥିବାବେଳେ କୃଷକଙ୍କ ମହାପଞ୍ଚାୟତ ମଧ୍ୟ ଜାରି ରହିଛି। ଭାରତୀୟ କିସାନ ୟୁନିୟନ ପକ୍ଷରୁ କୃଷି ଆଇନକୁ ବିରୋଧ କରି ଏକ ବଡ଼ ଘୋଷଣା କରାଯାଇଛି । ସିଙ୍ଗୁ ସୀମାରେ ଭାରତୀୟ କିସାନ ୟୁନିୟନ ପକ୍ଷରୁ ଆୟୋଜିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଘୋଷଣା କରାଯାଇଛି ଯେ, ମାର୍ଚ୍ଚ ୧ ତାରିଖରୁ କ୍ଷୀରର ମୂଲ୍ୟ ଲିଟର ପିଛା ୫୦ ଟଙ୍କା ପରିବର୍ତ୍ତେ ୧୦୦ ଟଙ୍କାରେ ବିକ୍ରି କରାଯିବ |

ଭାରତୀୟ କିସାନ ୟୁନିୟନର ମୁଖ୍ୟ ମଲକିତ ସିଂ କହିଛନ୍ତି ଯେ ମାର୍ଚ୍ଚ ୧ ତାରିଖରୁ କୃଷକମାନେ(ଗୋପାଳକ) କ୍ଷୀରର ମୂଲ୍ୟ ବଢାଇବାକୁ ଯାଉଛନ୍ତି | ଏହା ପରେ ଲିଟର ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବା ଦୁଗ୍ଧ ବର୍ତ୍ତମାନ ଦୁଇଗୁଣ ମୂଲ୍ୟରେ ଅର୍ଥାତ୍ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେବ ।

ତେବେ କ୍ଷୀର ଲିଟର ପିଛା ୧୦୦ ଟଙ୍କା ହେଲେ ଖାଉଟିଙ୍କ ଉପରେ ପ୍ରଭାବ ପଡିବ କି ବୋଲି ପ୍ରଶ୍ନରେ ମଲକିତ ସିଂ କହିଛନ୍ତି ଯେ ଯଦି ଜନସାଧାରଣ ଏକ ଲିଟର ପେଟ୍ରୋଲକୁ ୧୦୦ ଟଙ୍କା ଦେଇ ନେଇ ପାରିବେ, ତେବେ ଏକ ଲିଟର କ୍ଷୀର ପାଇଁ କାହିଁକି ୧୦୦ ଟଙ୍କା ଦେଇପାରିବେ ନାହିଁ | ଚାଷୀମାନେ ଏକ ଲିଟର କ୍ଷୀର ୫୦ ଟଙ୍କାରେ ବିକ୍ରି କରୁଥିବାବେଳେ ଏଥିରେ କୌଣସି ଲାଭ ମିଳୁନାହିଁ | ତେବେ ଯଦି ସରକାର କୃଷି ଆଇନ ପ୍ରତ୍ୟାହାର ନକରନ୍ତି ତେବେ ଆଗାମୀ ଦିନରେ ପନିପରିବା ଦର ଦ୍ୱିଗୁଣିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe