ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ତାଙ୍କର ମିମିକ୍ରି କରି ତାଙ୍କୁ ଚମକାଇ ଦେଇଥିବା ଦିବ୍ୟାଙ୍ଗ ଯୁବକଙ୍କ ପ୍ରଶଂସା ‘ମନ୍‌ କି ବାତ୍‌’ରେ କଲେ ମୋଦି 

Advertisment

ମିମିକ୍ରିର ଭିଡିଓ ହୋଇଥିଲା ଭାଇରାଲ

ମିମିକ୍ରିର ଭିଡିଓ ହୋଇଥିଲା ଭାଇରାଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ତାଙ୍କର ମିମିକ୍ରି କରି ତାଙ୍କୁ ଚମକାଇ ଦେଇଥିବା ଦିବ୍ୟାଙ୍ଗ ଯୁବକଙ୍କ ପ୍ରଶଂସା ‘ମନ୍‌ କି ବାତ୍‌’ରେ କଲେ ମୋଦି 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ଅବିକଳ ତାଙ୍କ କଥନ ଶୈଳୀର ନକଲ କରି (ମିମିକ୍ରି) କରି ତାଙ୍କୁ ଚମକାଇ ଦେଇଥିବା ଜନୈକ ଦିବ୍ୟାଙ୍ଗ ଯୁବକଙ୍କର ଆଜି ଖୁବ୍‌ ପ୍ରଶଂସା କରିଛନ୍ତି ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ।

ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ କାଶୀ ଗସ୍ତରେ ଯାଇଥିବା ବେଳେ ସେଠାରେ କିଛି ଦିବ୍ୟାଙ୍ଗ ଯୁବକଯୁବତୀଙ୍କ ସହ ସମୟ ବିତାଇଥିଲେ ମୋଦି। ଏହି ସମୟରେ ନିଜର ଦୃଷ୍ଟିଶକ୍ତି ହରାଇ ଦିବ୍ୟାଙ୍ଗ ହୋଇଥିବା ଜଣେ ଯୁବକଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଳାପ ଆଲୋଚନା ହୋଇଥିଲା। ଆଲୋଚନା କାଳରେ ସଂପୃକ୍ତ ଦିବ୍ୟାଙ୍ଗ ଯୁବକ ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ସେ ଜଣେ ଷ୍ଟେଜ୍‌ କଳାକାର। ଏବଂ ଷ୍ଟେଜ୍‌ରେ ସେ ବିଭିନ୍ନ ଲୋକଙ୍କର କଥନ ଶୈଳୀର ନକଲ କରି (ମିମିକ୍ରି) କରି ଲୋକମାନଙ୍କର ମନୋରଞ୍ଜନ କରିଥାଆନ୍ତି। ତହୁଁ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ପଚାରିଥିଲେ, ‘ଆଚ୍ଛା ତୁମେ କେଉଁମାନଙ୍କର ମିମିକ୍ରି କରିପାର?’ ବିନା ସଙ୍କୋଚରେ ଯୁବକ ଜଣକ କହିଥିଲେ, ‘ଏମିତି ତ ବହୁତ ଳୋକଙ୍କ ମିମିକ୍ରି କରିପାରେ। ଆପଣଙ୍କର ମିମିକ୍ରି ମଧ୍ୟ କରିପାରିବି!’ ଏହା ଶୁଣିବା ପରେ ମୋଦି ତାଙ୍କୁ କହିଥିଲେ, ‘ଆଚ୍ଛା ମୋର ଟିକିଏ ମିମିକ୍ରି କରି ଶୁଣାଇଲ।’

ଅନୁମତି ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍‌ କି ବାତ୍‌’ର ମିମିକ୍ରି କରିଥିଲେ ଦିବ୍ୟାଙ୍ଗ ଯୁବକ ଜଣକ। ପ୍ରଧାନମନ୍ତ୍ରୀ ମୋଦି  ଠିକ୍‌ ଯେମିତି ‘ମନ୍‌ କି ବାତ୍‌’ରେ କହନ୍ତି ଠିକ୍‌ ସେଇ ଢ଼ଙ୍ଗରେ ତାଙ୍କର ମିମିକ୍ରି କରି ପ୍ରଧାନମନ୍ତ୍ରୀଙ୍କୁ ଚମକାଇ ଦେଇଥିଲେ। ଯୁବକଙ୍କ ମିମିକ୍ରି ଶୁଣି ମୋଦି ନିଜେ ଖୁବ୍‌ ହସିବା ସହ ତାଙ୍କର ପିଠିକୁ ଥାପୁଡ଼େଇ ଦେଇଥିଲେ। ସେ ସମୟରେ ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା।


ତେବେ, ଆଜି ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୫୩ ତମ ସଂସ୍କରଣରେ ସଂପୃକ୍ତ ଯୁବକଙ୍କ କଥା କହି ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ସଂପୃକ୍ତ ଯୁବକ ଜଣକ ଖାଲି ‘ମନ୍‌ କି ବାତ୍‌’ର ମିମିକ୍ରି କରି ନାହାନ୍ତି ବରଂ ‘ମନ୍‌ କି ବାତ୍‌’ରେ ମୁଁ କ’ଣ ସବୁ କହିଛି ତାକୁ ବି ମନେ ରଖିଛନ୍ତି। ଦିବ୍ୟାଙ୍ଗ ଯୁବକଙ୍କର ଏ ଅଦ୍ଭୁତ ଶକ୍ତି ମୋତେ ଅଭିଭୂତ କରିଛି’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe