ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ଭୋଟ୍ ଶେଷ ହେବା ପରେ ବର୍ତ୍ତମାନ ଏକଜିଟ୍ ପୋଲ୍ ଆକଳନ ବାହାରିଛି। ଅଧିକାଂଶ ଏକଜିଟ୍ ପୋଲ୍ରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। କେତେକ ଏକଜିଟ୍ ପୋଲରେ, ଏନଡିଏର ଆକଳନ ୪୦୦ କିମ୍ବା ଅଧିକ ଅତିକ୍ରମ କରୁଛି। ଏକଜିଟ୍ ପୋଲ୍ ଆକଳନ ବାହାରିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି।
୪୦୦ ଆସନର ସ୍ଲୋଗାନ ଏନଡିଏ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ଲୋଗାନକୁ ଅନେକ ଥର ପୁନରାବୃତ୍ତି କରିଛନ୍ତି, ଏଥର ୪୦୦ରୁ ଅଧିକ।
ତେବେ ବିରୋଧୀ ଦଳ ଏକଜିଟ୍ ପୋଲ୍ ଉପରେ ବିଶ୍ବାସ କରୁନାହାନ୍ତି ଏବଂ କହିଛନ୍ତି ଯେ ଜୁନ୍ ୪ ରେ ଯେତେବେଳେ ଫଳାଫଳ ପ୍ରକାଶ ପାଇବ, ସେତେବେଳେ ଏହି ସମସ୍ତ ଏକଜିଟ୍ ପୋଲ୍ ଭୁଲ ପ୍ରମାଣିତ ହେବ ଏବଂ ଇଣ୍ଡିଆ ମେଣ୍ଟର ମିଳିତ ସରକାର ଗଠନ ହେବ।
ଏକଜିଟ୍ ପୋଲ୍ ତଥ୍ୟରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ସେମାନେ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏକଜିଟ୍ ପୋଲ୍ ପରେ ସୋସିଆଲ ମିଡିଆରେ ମିମ୍ସର ବନ୍ୟା ଦେଖିବାକୁ ମିଳିଛି। ବିଜେପିର ବିଜୟ ନେଇ ୟୁଜର ବିଭିନ୍ନ ମିମ୍ସ ସୋସିଆଲ ମଡ଼ିଆରେ ପୋଷ୍ଟ କରୁଛନ୍ତି। ଏନେଇ ଭିନ୍ନଭିନ୍ନ କମେଣ୍ଟ ମଧ୍ୟ ପ୍ରଦାନ କରାଯାଉଛି। ମଜାଦାର ମିମ୍ସ ପ୍ରସ୍ତୁତ କରି ୟୁଜର ଲଗାତାର ସୋସିଆଲ ମିଡ଼ିଆରେ ପୋଷ୍ଟ କରିବାରେ ଲାଗିଛନ୍ତି।
Follow Us