ସିଏବିକୁ ବିରୋଧ କରି ପଶ୍ଚିମବଙ୍ଗରେ ଚାଲିଥିବା ଆନ୍ଦୋଳନର ତୀବ୍ର ବିରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସିଏବିକୁ ବିରୋଧ କରି ପଶ୍ଚିମବଙ୍ଗରେ ଚାଲିଥିବା ଆନ୍ଦୋଳନର ତୀବ୍ର ବିରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌କୁ (ସିଏବି) ସଂସଦର ଉଭୟ ଗୃହରେ ପାରିତ କରାଯାଇ ଆଇନ୍‌ରେ ପରିଣତ କରାଯିବା ପରେ ଏହାକୁ ବିରୋଧ କରି ଗତ ତିନିଦିନ ତଳୁ ପଶ୍ଚିମବଙ୍ଗରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ତେବେ ସିଏବିକୁ ବିରୋଧ କରି ଆନ୍ଦୋଳନକାରୀମାନେ ଯେଉଁ ଢ଼ଙ୍ଗରେ ଜାତୀୟ ସମ୍ପତ୍ତିକୁ ନଷ୍ଟ କରୁଛନ୍ତି ତାହାର ତୀବ୍ର ନିନ୍ଦା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏକ ଟୁଇଟରେ ପଶ୍ଚିମବଙ୍ଗରେ ଚାଲିଥିବା ଆନ୍ଦୋଳନ ଉପରେ ନିଜର ତୀବ୍ର ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଲେଖିଛନ୍ତି, ଆନ୍ଦୋଳନ ନାମରେ ପଶ୍ଚିମବଙ୍ଗରେ ଯେପରି ଜାତୀୟ ସମ୍ପତ୍ତିକୁ ନଷ୍ଟ କରି ଦିଆଯାଉଛି ତାହା ଅତ୍ୟନ୍ତ ଦୁଃଖଦାୟକ ଓ ଚିନ୍ତାଜନକ ମଧ୍ୟ। ଏହାର ତୀବ୍ର ନିନ୍ଦା କରି ଶ୍ରୀ ପ୍ରଧାନ କହିଛନ୍ତି, ପଶ୍ଚିମବଙ୍ଗରେ ନିଜର ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ପଶ୍ଚିମବଙ୍ଗରେ ମମତା ଦିଦି ରାଜ୍ୟ ପ୍ରାୟୋଜିତ ଏହି ଆନ୍ଦୋଳନ ଚଲାଇବା ସହ ବର୍ବରତା ଚଳାଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe