Image Courtesy of Bangalore Mirror
ନୂଆଦିଲ୍ଲୀ: ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଉତ୍ତରପଶ୍ଚିମ, କେନ୍ଦ୍ରୀୟ ଓ ଉପମହାଦେଶୀୟ ଭାରତର କେତେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।
ଫଳରେ ଜମ୍ମୁ ଓ କଶ୍ମୀର, ଲଦାଖ, ଗିଲ୍ଗିଟ୍-ବାଲ୍ତିସ୍ତାନ, ମୁଜାଫରବାଦ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ପଶ୍ଚିମାଞ୍ଚଳରେ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିବ। ସୂଚନାଯୋଗ୍ୟ, ଉପରୋକ୍ତ ଅଞ୍ଚଳର ସ୍ୱାଭାବିକ ତାପମାତ୍ରା -୩ ରୁ -୪ ଡିଗ୍ରୀ ସେଲିସିୟସ୍।
ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କାକୁ ଲାଗି ଥିବା ତାମିଲନାଡୁ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମାଭିମୁଖୀ ହେବାର ସମ୍ଭାବନା ରହିଛି।
Image Courtesy of Firstpostସେହିଭଳି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଉକ୍ତ ଲଘୁଚାପ ସହ ସଂଶ୍ଳିଷ୍ଟ ଏକ ଘୂର୍ଣ୍ଣିବଳୟ ଯୋଗୁଁ ମଧ୍ୟ ପୂର୍ବଦିଗରୁ ବାୟୁ ପ୍ରବାହିତ ହୋଇ ଗୋଟାଏ ଟ୍ରଫ୍ଲାଇନ୍ ସୃଷ୍ଟି କରିଛି। ଏହାର ପ୍ରଭାବରେ ତାମିଲନାଡୁର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଢାଳିପାରେ।
ଏହା ବ୍ୟତିରେକେ, ଅକ୍ଟୋବର ୩୧ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଏବଂ ରାୟଲସୀମାରେ ଓ ନଭେମ୍ବର ୧ ତାରିଖରେ କେରଳ ଓ ମାହେରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ।
ପରବର୍ତ୍ତୀ ୫ ଦିନ ଧରି ଉତ୍ତରପଶ୍ଚିମ, କେନ୍ଦ୍ରୀୟ ଭାରତ ଏବଂ ପୂର୍ବ ଓ ଉତ୍ତରପୂର୍ବ ଭାରତରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ମନେହେଉଛି।
Follow Us