ମହଙ୍ଗା ପଡ଼ିଲା ଘୃଣା ଭାଷଣ; କେନ୍ଦ୍ରମନ୍ତ୍ରୀ ଠାକୁରଙ୍କୁ ୯୬ ଘଣ୍ଟା ଓ ସାଂସଦ ବର୍ମାଙ୍କୁ ୭୨ଘଣ୍ଟା ପାଇଁ ପ୍ରଚାରରୁ ବାସନ୍ଦ କଲେ ନିର୍ବାଚନ କମିଶନ

Advertisment
ମହଙ୍ଗା ପଡ଼ିଲା ଘୃଣା ଭାଷଣ; କେନ୍ଦ୍ରମନ୍ତ୍ରୀ ଠାକୁରଙ୍କୁ ୯୬ ଘଣ୍ଟା ଓ ସାଂସଦ ବର୍ମାଙ୍କୁ ୭୨ଘଣ୍ଟା ପାଇଁ ପ୍ରଚାରରୁ ବାସନ୍ଦ କଲେ ନିର୍ବାଚନ କମିଶନ

Hindustan Times

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ନିର୍ବାଚନୀ ପ୍ରଚାର କାଳରେ ଘୃଣା ଭାଷଣ ପ୍ରଦାନ କରିବା ଓ ବିବାଦୀୟ ବୟାନବାଜି କରିବା ବିଜେପିର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଦଳୀୟ ସାଂସଦ ପ୍ରଭେସ ବର୍ମାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜେପି ପାଇଁ ନିର୍ବାଚନ ପ୍ରଚାର କାଳରେ ସର୍ବସାଧାରଣରେ ଘୃଣା ଭାଷଣ ପ୍ରଦାନ କରିବା ଅଭିଯୋଗରେ ନିର୍ବାଚନ କମିଶନ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ୯୬ ଘଣ୍ଟା ପର୍ଯ୍ୟନ୍ତ ଓ ବିଜେପି ସାଂସଦ ପ୍ରଭେସ ବର୍ମାଙ୍କୁ ୭୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ପ୍ରକାରର ନିର୍ବାଚନ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଦଳର ତାରକା ପ୍ରଚାରକ ତାଲିକାରେ ରହିଥିବା ଏହି ଦୁଇ ନେତାଙ୍କୁ ସେମାନଙ୍କ ଘୃଣା ଭାଷଣ ଓ ବିବାଦୀୟ ବୟାନ ପାଇଁ ସେମାନଙ୍କୁ ତୁରନ୍ତ ତାରକା ପ୍ରଚାରକ ତାଲିକାରୁ ହଟେଇବାକୁ ଦଳର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ।

publive-image News Laundry

ଉଲ୍ଲେଖଯୋଗ୍ୟ, ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ ଏହି ଦୁଇ ନେତା ପ୍ରଚାରରେ ବିବାଦୀୟ ବୟାନ ଦେଇଥିଲେ। ଏକ ନିର୍ବାଚନୀ ରାଲିରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଠାକୁର ଦେଶଦ୍ରୋହୀମାନଙ୍କୁ ଗୁଳି ମାରିଦେବା ପାଇଁ ସ୍ଲୋଗାନ୍‌ ଦେଇଥିଲେ। ସେହିପରି ପଶ୍ଚିମ ଦିଲ୍ଲୀ ସାଂସଦ ବର୍ମା କହିଥିଲେ, କାଶ୍ମୀରରେ ପଣ୍ଡିତମାନଙ୍କ ସହ ଯାହା ଘଟିଲା ଦିଲ୍ଲୀରେ ମଧ୍ୟ ଠିକ୍‌ ସେମିତି ଘଟିପାରେ। ଶାହିନ ବାଗ୍‌ରେ ଲକ୍ଷାଧିକ ସିଏଏ ବିରୋଧୀ ଆନ୍ଦୋଳନକାରୀ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିପାରନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe