କଂଗ୍ରେସକୁ ଥଟ୍ଟା କଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

Advertisment
କଂଗ୍ରେସକୁ ଥଟ୍ଟା କଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

photo-oneindia

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।ସେ କଂଗ୍ରେସର ମଜାକ ଉଡ଼ାଇଛନ୍ତି। ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ଆସନରେ ବିଜୟୀ ହୋଇଥିବା ହେତୁ ହରଦୀପ ସିଂହ ପୁରୀ କଂଗ୍ରେସକୁ ଥଟ୍ଟା କରିଛନ୍ତି । ହରଦୀପ ସିଂହ ଟୁଇଟରରେ ନିଜର ଏକ ଫଟୋ ସେଆର୍‌ କରି ଲେଖିଛନ୍ତି ‘ସାଲା କଂଗ୍ରେସ’। ଏହି ଟୁଇଟ୍‌ରେ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଏମାନେ ଏହାକୁ ଇଟାଲିଆନନ୍‌ କନ୍‌ ଫରେନ୍‌ସ ରୁମ୍‌’ କୁହନ୍ତି।

ପ୍ରକୃତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ବାୟନାଡ ଆସନରୁ ଜିତିବା ପରେ ସେଠାକାର ଲୋକଙ୍କର ଅଭିବାଦନ ଗ୍ରହଣ କରିବାକୁ ସେଠାରେ ପହଞ୍ଚଥିଲେ। ଏହି ଅବସରରେ ହରଦୀପ ସିଂହ ଏକଥା ଲେଖିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ହରଦୀପ ସିଂହପୁରୀ ଗତ ଶୁକ୍ରବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ମନ୍ତ୍ରାଳୟର ଦାୟିତ୍ୱ ନେବାପରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe