ଆର୍‌ପିଏଫ୍ କର୍ମଚାରୀଙ୍କୁ ଆଜି ସମ୍ମାନିତ କରିବେ ରେଳ ମନ୍ତ୍ରୀ

ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀ ବୈଠକରେ ଭାଗ ନେଲେ ଅଶ୍ୱିନୀ

Zee Business

ନୂଆଦିଲ୍ଲୀ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି (୨୭ ମେ ୨୦୨୨) ରେଳ ସୁରକ୍ଷା ବାହିନୀ (ଆର୍‌ପିଏଫ୍) କର୍ମଚାରୀଙ୍କ ପାଇଁ ଏକ ଭବ୍ୟ ସମ୍ମାନ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସମାରୋହରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୧୯, ୨୦୨୦ ଓ ୨୦୨୧ ବର୍ଷ ପାଇଁ ଆରପିଏଫ୍ କର୍ମଚାରୀମାନଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ, ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ, ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଓ ଜୀବନ ରକ୍ଷା ପଦକରେ ସମ୍ମାନିତ କରିବେ। ଏହି ପୁରସ୍କାରଗୁଡ଼ିକ ଦେଶ ସେବାରେ ସେମାନଙ୍କର ଅବଦାନ ପାଇଁ ଯୋଗ୍ୟ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ବିଜେତାମାନେ ଅଧିକ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରିବା ଲାଗି ଆରପିଏଫ୍‌ର ଅନ୍ୟ କର୍ମଚାରୀମାନଙ୍କୁ ଅନୁପ୍ରାଣିତ କରିବେ।

ଏହି ବାହିନୀକୁ କେବଳ ରେଳ ସମ୍ପତ୍ତିର ସୁରକ୍ଷା ଦାୟିତ୍ବ ନୁହେଁ ବରଂ ଯାତ୍ରୀ ଏବଂ ଯାତ୍ରୀ କ୍ଷେତ୍ରର ସୁରକ୍ଷା ଦାୟିତ୍ବ ମଧ୍ୟ ଦିଆଯାଇଛି । ମହିଳା, ଶିଶୁ, ଅସୁସ୍ଥ, ବୃଦ୍ଧ, ଭିନ୍ନକ୍ଷମ ଏବଂ ରେଳବାଇ ସଂସ୍ପର୍ଶରେ ଆସୁଥିବା ଦୁର୍ବଳ ଲୋକମାନଙ୍କୁ ଆବଶ୍ୟକ ଯତ୍ନ ଓ ସୁରକ୍ଷା ଯୋଗାଇ ଦେବା କ୍ଷେତ୍ରରେ ଏହି ବାହିନୀ ଏକ ରକ୍ଷକ ଶକ୍ତି ଭାବେ ଉଭାହୋଇଛି । ରେଳ ଯାତ୍ରୀମାନଙ୍କୁ ନିରାପଦ, ସୁରକ୍ଷିତ ଏବଂ ଆରାମଦାୟକ ଭ୍ରମଣ ଅନୁଭୂତି ଯୋଗାଇବା ପାଇଁ ବାହିନୀ ଦିନରାତି କାର୍ଯ୍ୟ କରୁଛି । ପରିବହନ ସୁରକ୍ଷା, ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ମାନବ ଚାଲାଣ ତଥା ଚୋରା ଚାଲାଣ ଭଳି ଅପରାଧ ବିରୁଦ୍ଧରେ ଲଢ଼ିବା, ଅପରାଧ ଚିହ୍ନଟ କରିବାରେ ପୁଲିସ ତଥା ଅନ୍ୟାନ୍ୟ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାକୁ ସହାୟତା କରିବା କ୍ଷେତ୍ରରେ ଆରପିଏଫ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜାତୀୟ ସୁରକ୍ଷା ଗ୍ରିଡରେ ବାହିନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇପାରିଛି । ଏଥିସହିତ ରାଜ୍ୟ ତଥା ଜାତୀୟ ସ୍ତରରେ ନିର୍ବାଚନ ସମୟରେ ଆଇନଶୃଙ୍ଖଳା କାର୍ଯ୍ୟକୁ ମଧ୍ୟ ବାହିନୀ ସୁଚାରୁ ରୂପେ ସମ୍ପାଦନ କରିଆସୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe