ବଢ଼ିଲା ଉଦ୍ଧବ ଠାକରେଙ୍କ ଚିନ୍ତା, ସିନ୍ଦେଙ୍କ ସହ ହାତ ମିଳାଇଲେ ଆଉ ଜଣେ ବିଧାୟକ

Advertisment
ବଢ଼ିଲା ଉଦ୍ଧବ ଠାକରେଙ୍କ ଚିନ୍ତା, ସିନ୍ଦେଙ୍କ ସହ ହାତ ମିଳାଇଲେ ଆଉ ଜଣେ ବିଧାୟକ

ମୁମ୍ବାଇ: ବଢ଼ିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚିନ୍ତା। ଏକନାଥ ସିନ୍ଦେଙ୍କ ସହ ହାତ ମିଳାଇଲେ ଆଉ ଜଣେ ବିଧାୟକ। ଅନ୍ୟ ଏକ ଶିବସେନା ବିଧାୟକ ଉଦୟ ସାୱନ୍ତ ସିନ୍ଦେଙ୍କ ବିଦ୍ରୋହୀ ଗୋଷ୍ଠୀରେ ଯୋଗଦେବା ପାଇଁ ମୁମ୍ବାଇରୁ ଗୌହାଟୀ ଅଭିମୁଖେ ଯାତ୍ରା କରିଛନ୍ତି। ଉଦୟ ସାୱନ୍ତ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ। ଗତ କିଛି ଦିନ ପର୍ଯ୍ୟନ୍ତ ସେ ଆଦିତ୍ୟ ଏବଂ ଉଦ୍ଧବଙ୍କ ସହ ଅନେକ ସାକ୍ଷାତକାର ଓ ସାମ୍ବାଦିକ ସମ୍ମିଳନୀରେ ନଜର ଆସୁଥିଲେ। ଆଦିତ୍ୟ ଠାକରେଙ୍କ ସହ ଉଦୟଙ୍କ ଭଲ ସମ୍ପର୍କ ଥିଲା ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ମହାରାଷ୍ଟ୍ର ସରକାରଙ୍କ ୮ଜଣ ମନ୍ତ୍ରୀ ସିନ୍ଦେ ଦଳରେ ଯୋଗ ଦେଇଛନ୍ତି।

ଅନ୍ୟପକ୍ଷରେ ଆସାମ ସରକାରଙ୍କ ଦୁଇ ମନ୍ତ୍ରୀ ଗୌହାଟୀ ହୋଟେଲରେ ରହୁଥିବା ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଭେଟିଥିବା ଜଣାପଡ଼ିଛି। ଆସାମ ମନ୍ତ୍ରୀ ଅଶୋକ ସିଙ୍ଗଲ ଏବଂ ପୀୟୁଷ ହଜାରିକା ରବିବାର ହୋଟେଲ ରେଡିସନ ବ୍ଲୁରେ ପହଞ୍ଚି ଉଭୟ ନେତା ଶିବସେନାର ବିଦ୍ରୋହୀ ବିଧାୟକଙ୍କ ସହ କଥାବାର୍ତ୍ତା କରିଥିଲେ ବୋଲି କୁହାଯାଉଛି।

ଆସାମରେ ବିଜେପି ବିଦ୍ରୋହୀ ଗୋଷ୍ଠୀଙ୍କର କରୁଥିବା ସେବାକୁ ଦେଖି ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ବିଜେପି ପ୍ରସ୍ତୁତ ହେଉଥିବା କହୁଛନ୍ତି ବିରୋଧୀ। ଶୁକ୍ରବାର ରାତିରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ତଥା ବିଧାୟକ ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଥିଲା। ବଡ଼ୋଦରାରେ ଦୁହେଁ ବୈଠକ କରିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସେହି ସମୟରେ ବଡ଼ୋଦାରେ ଥିଲେ ବୋଲି ଆଲୋଚନା ହେଉଛି। ତେବେ ଅମିତ ଶାହା ଏହି ବୈଠକରେ ସାମିଲ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe