କଙ୍ଗନା ଅଭିନୟ ସହିତ ନିର୍ବାଚନ ପାଇଁ ସମୟ ଦେଇ ପାରି‌ବେ ତ ବୋଲି ପ୍ରଶ୍ନ କଲେ ହିମାଚଳପ୍ରଦେଶ ସରକାରର ମନ୍ତ୍ରୀ

Advertisment
କଙ୍ଗନା ଅଭିନୟ ସହିତ ନିର୍ବାଚନ ପାଇଁ ସମୟ ଦେଇ ପାରି‌ବେ ତ ବୋଲି ପ୍ରଶ୍ନ କଲେ ହିମାଚଳପ୍ରଦେଶ ସରକାରର ମନ୍ତ୍ରୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ବିଜେପି ତାଙ୍କ ହିମାଚଳପ୍ରଦେଶର ମଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ କରିଛି।

ଏହି ଖବର ସାମ୍ନାକୁ ଆସିବା ପରେ  ହିମାଚଳପ୍ରଦେଶ ସରକାର ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ଅଭିନେତ୍ରୀ କଙ୍ଗନାଙ୍କୁ କଟାକ୍ଷ କରିଛନ୍ତି।

ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ କହିଛନ୍ତି,‘କଙ୍ଗନା ରାନାୱତ ଚଳଚ୍ଚିତ୍ରରେ ବହୁତ ଭଲ କାମ କରି ଆସିଛନ୍ତି ବା କରୁଛନ୍ତି ଏଥିରେ ସନ୍ଦେହ ନାହିଁ। କିନ୍ତୁ ରାଜନୀତି କ୍ଷେତ୍ରରେ ତାଙ୍କର କେତେ ଜ୍ଞାନ ଅଛି ତାହା ତ ମୁଁ କହି ପାରିବି ନାହିଁ। କାରଣ ରାଜନୀତି ଏକ ଖେଳଘର ନୁହେଁ। ଅଭିନୟ ଓ ରାଜନୀତି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି।

ହିମାଚଳପ୍ରଦେଶର ଏକ ତୃତୀୟାଂଶ ଅଞ୍ଚଳର ପ୍ରତିନିଧିତ୍ୱ ମଣ୍ଡି ନିର୍ବାଚନମଣ୍ଡଳୀ କରିଥାଏ। ଏଭଳି ପରିସ୍ଥିତିରେ ଏକ ବଡ ପ୍ରଶ୍ନ ହେଉଛି ଜଣେ ଅଭିନେତ୍ରୀ ଅଭିନୟ ଓ ସିନେମାକୁ ପ୍ରାଥମିକତା ଦେଉଥିବା ବେଳ ରାଜନୀତି ପାଇଁ ସମୟ ଦେଇ ପାରିବେ ତ? ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ସୁବିଧା ଓ ଅସୁବିଧା ବୁଝି ପାରିବେ ତ? ଲୋକସଭା ନିର୍ବାଚନ ଲଢ଼ି ପାରିବେ ତ?

ଏପଟେ କଙ୍ଗନା ଲୋକସଭା ନିର୍ବାଚନ ପାଇଁ ମଣ୍ଡି ନିର୍ବାଚନୀମଣ୍ଡଳୀରୁ ଟିକେଟ ପାଇବା ପରେ ଖୁବ ଖୁସି ହୋଇଯାଇଛନ୍ତି। ସେ ସମସ୍ତ ନିୟମ ମାନିବା ସହିତ ତାଙ୍କ ଦ୍ବାରା ଯାହା ସମ୍ଭବ ସବୁକିଛି ଲୋକଙ୍କ ପାଇଁ କରିବେ ବୋଲି ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe