Image Cortesy of HT
ନାଗପୁର/ପୁଣେ: ବିଦର୍ଭରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ଯୋଗୁଁ ଚିନ୍ତିତ ହୋଇ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯିବ ବୋଲି ମହାରାଷ୍ଟ୍ର ରିଲିଫ୍ ଓ ପୁନଃଥଇଥାନ ମନ୍ତ୍ରୀ ବିଜୟ ଓ୍ଵାଡ଼େକର ଶନିବାର ଦିନ ସତର୍କ କରାଇ ଦେଇଛନ୍ତି। କିନ୍ତୁ, ଏହି କର୍ଫ୍ୟୁ ଛଅ/ସାତଘଣ୍ଟିଆ ନୁହେଁ, ୧୨ଘଣ୍ଟିଆ।
ଯଦି ପରିସ୍ଥିତିର ଅବନତି ଘଟେ ତେବେ ସନ୍ଧ୍ୟା ୫ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯିବ। ଆସନ୍ତା ସପ୍ତାହରେ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Image Courtesy of Money Controlସେ ଆହୁରି ମଧ୍ୟ କହିଛନ୍ତି ଯେ, ବିବାହ ମଣ୍ଡପରେ ୫୦ରୁ ଅଧିକ ଲୋକଙ୍କ ସମାବେଶ ହେଲେ ୧ ଲକ୍ଷ ଟଙ୍କା ଜରିମାନା କରାଯିବ।
କିନ୍ତୁ, ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିଛନ୍ତି ଯେ, ସରକାର ଲକ୍ଡାଉନ୍ ଘୋଷଣା ନ କରି ସଂକ୍ରମଣ ବଢୁଥିବା ଅଞ୍ଚଳଗୁଡ଼ିକ ଉପରେ ଧ୍ୟାନ ଦେବା ଆବଶ୍ୟକ। ରାଜ୍ୟ କୋଭିଡ୍ ନିୟନ୍ତ୍ରଣ ପରାମର୍ଶଦାତା ଡାକ୍ତର ସୁଭାଷ ସାଲୁଙ୍କେ କହିଛନ୍ତି, ସବୁ ସ୍ଥାନରେ ସମାନସଂଖ୍ୟକ ସଂକ୍ରମଣ ବୃଦ୍ଧିପାଉନାହିଁ। ଯେଉଁ ଅଞ୍ଚଳରେ ସଂକ୍ରମଣ ବଢୁଛି ପ୍ରଶାସନ ସେହି ଅଞ୍ଚଳ ଉପରେ ତୀବ୍ର ଦୃଷ୍ଟି ଦେବା ଆବଶ୍ୟକ।
Follow Us