ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ପାଇଁ ମନ୍ତ୍ରୀଙ୍କ ପ୍ରସ୍ତାବ, ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

Advertisment
ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ପାଇଁ ମନ୍ତ୍ରୀଙ୍କ ପ୍ରସ୍ତାବ, ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

Free Press Journal

ମୁମ୍ବାଇ : ମହାରାଷ୍ଟ୍ରରେ ଲଗାତାର ସଂକ୍ରମଣ ବଢ଼ି ଚାଲିଥିବାରୁ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ବିଜୟ ୱାଡେତିଆର ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପାଇଁ ପ୍ରସ୍ତାବ ଦେଇଛନ୍ତି। ସଂକ୍ରମଣ ରୋକିବାପାଇଁ ରାଜ୍ୟରେ ସମସ୍ତ ଦୋକାନ ବଜାର ବନ୍ଦ କରିବା ଜରୁରୀ ବୋଲି କୁହାଯାଇଛି। ଆଜି ଭର୍ଚୁଆଲ୍‌ ବୈଠକରେ ଲକ୍‌ଡାଉନ୍‌ ନେଇ ସେ ପ୍ରସ୍ତାବ ଦେଇଛନ୍ତି। ତେବେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ମୁମ୍ବାଇରେ ଶୁକ୍ରବାର ୯,୨୦୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୩୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସଂକ୍ରମଣ ବଢ଼ୁଥିବାରୁ ମହାରାଷ୍ଟ୍ରରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ପାଇଁ ନିଷ୍ପତ୍ତି ହୋଇଛି। ଆଜି ରାତିରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ । ରାଜ୍ୟ ସରକାର ମଧ୍ୟ ସନ୍ଧ୍ୟା ୮ରୁ ସକାଳ ୭ଯାଏଁ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି। ସପ୍ତାହାନ୍ତ ଲକ୍‌ଡାଉନ୍‌ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe