ସିନ୍ଦେ ମନ୍ତ୍ରିମଣ୍ଡଳରେ ବିଜେପିକୁ ଦିଆଯିବ ଗୁରୁତ୍ୱ! କିଛି ଏଭଳି ରହିପାରେ ସମୀକରଣ

Advertisment
ସିନ୍ଦେ ମନ୍ତ୍ରିମଣ୍ଡଳରେ ବିଜେପିକୁ ଦିଆଯିବ ଗୁରୁତ୍ୱ! କିଛି ଏଭଳି ରହିପାରେ ସମୀକରଣ

ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ହେବ | ତେବେ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସାମିଲ କରାଯିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ପୂର୍ବ ସରକାରର କେଉଁମାନଙ୍କୁ ବାଦ ଦିଆଯିବ ଓ କେଉଁମାନଙ୍କୁ ସାମିଲ କରାଯିବ ସେନେଇ ଏବେ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଚାଲିଛି | ତେବେ ସୂତ୍ର ମୁତାବକ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକମାନଙ୍କ ପାଇଁ ସ୍ୱତନ୍ତ୍ର ସର୍ତ୍ତ ରଖାଯାଇଛି। ଏହି ଅନୁଯାୟୀ କେବଳ ସ୍ୱଚ୍ଛ ଭାବମୂର୍ତ୍ତି ଥିବା ବିଧାୟକମାନଙ୍କୁ ମନ୍ତ୍ରୀ ପଦ ଦିଆଯିବ।

ଅନ୍ୟପକ୍ଷରେ, ସୂତ୍ରରୁ ମିଳିଥିବା ସୂଚନା ମୁତାବକ କ୍ୟାବିନେଟ ସମ୍ପ୍ରସାରଣରେ ବିଜେପି ହାତରେ ଅର୍ଥ, ଗୃହ ଏବଂ ରାଜସ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିବ। ସେହିପରି ପ୍ରଥମ ପର୍ଯ୍ୟାୟରେ ନଅ ଜଣ ପୂର୍ବତନ ମନ୍ତ୍ରୀଙ୍କୁ ସୁଯୋଗ ଦେବାକୁ ସିନ୍ଦେ ଦାବି କରିଛନ୍ତି। ବିଦ୍ରୋହ ପରେ ଉଦ୍ଧବ ସରକାରଙ୍କ ଏହି ନଅଜଣ ମନ୍ତ୍ରୀ ସିନ୍ଦେଙ୍କୁ ସମର୍ଥନ କରିଥିଲେ।

କିନ୍ତୁ ଏହି ୯ ଜଣଙ୍କ ମଧ୍ୟରୁ ଦୁଇରୁ ତିନି ଜଣଙ୍କ ନାମ କଟାଯାଇପାରେ ବୋଲି କୁହାଯାଉଛି | ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଜି ସକାଳେ ଏକନାଥ ସିନ୍ଦେଙ୍କୁ ସାକ୍ଷାତ କରିଥିଲେ | ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। କୁହାଯାଉଛି ଯେ ପ୍ରଥମ ପର୍ଯ୍ୟାୟରେ ୧୫ ରୁ ୧୮ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି | ଏଥିରେ ବିଜେପିର ୧୧ରୁ ୧୨ ଜଣ ବିଧାୟକ ଏବଂ ସିନ୍ଦେ ଦଳର ୫ ରୁ ୭ଜଣ ବିଧାୟକଙ୍କୁ ସୁଯୋଗ ଦିଆଯାଇପାରେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe