ପ୍ରତିରକ୍ଷା ମନ୍ତ୍ରଣାଳୟର ଆଡ୍‌ଭାଇଜରି: ଅପରେସନ୍‌, ସୁରକ୍ଷା ବାହିନୀ ଗତିବିଧିର ସିଧା ପ୍ରସାରଣରୁ ଦୂରେଇ ରୁହନ୍ତୁ

ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଗଣମାଧ୍ୟମକୁ ପ୍ରତିରକ୍ଷା ଅଭିଯାନ ଏବଂ ସୁରକ୍ଷା ବାହିନୀର ଗତିବିଧିର ସିଧା ପ୍ରସାରଣ ନ କରିବାକୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ ପୋଷ୍ଟରେ କହିଛି....

sddcxcxc

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଗଣମାଧ୍ୟମକୁ ପ୍ରତିରକ୍ଷା ଅଭିଯାନ ଏବଂ ସୁରକ୍ଷା ବାହିନୀର ଗତିବିଧିର ସିଧା ପ୍ରସାରଣ ନ କରିବାକୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ ପୋଷ୍ଟରେ କହିଛି, ସମସ୍ତ ଗଣମାଧ୍ୟମ ଚ୍ୟାନେଲ, ଡିଜିଟାଲ ପ୍ଲାଟଫର୍ମ ଓ ବ୍ୟକ୍ତିବିଶେଷ ପ୍ରତିରକ୍ଷା ଅଭିଯାନ ତଥା ସୁରକ୍ଷା ବାହିନୀ ଗତିବିଧିର ଲାଇଭ୍ କଭରେଜ୍ କିମ୍ବା ରିଅଲ ଟାଇମ୍ ରିପୋର୍ଟିଂରୁ ଦୂରେଇ ରହନ୍ତୁ। ମନ୍ତ୍ରଣାଳୟ କହିଛି ଯେ ଏଭଳି ସମ୍ବେଦନଶୀଳ କିମ୍ବା ଉତ୍ସଭିତ୍ତିକ ସୂଚନା ପ୍ରକାଶ କରିବା ଦ୍ୱାରା ଅପରେସନାଲ ସଫଳତା ବିପଦରେ ପଡ଼ିପାରେ ଏବଂ ଅଧିକାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। କାର୍ଗିଲ ଯୁଦ୍ଧ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଏବଂ କାନ୍ଦାହାର ଅପହରଣ ଭଳି ଅତୀତର ଘଟଣାକୁ ମଧ୍ୟ ଏଥିରେ ଦୃଷ୍ଟାନ୍ତ ଭାବେ ଉଲ୍ଲେଖ କରାଯାଇଛି, ଯେଉଁଥିରେ ଅକାଳ ରିପୋର୍ଟିଂ ଯୋଗୁ ବିପଦ ସୃଷ୍ଟି ହୋଇଥିଲା।

ମନ୍ତ୍ରଣାଳୟ କହିଛି ଯେ କେବୁଲ ଟେଲିଭିଜନ ନେଟୱାର୍କ (ସଂଶୋଧନ) ନିୟମ, ୨୦୨୧ର ଧାରା ୬(୧)(ପି) ଅନୁଯାୟୀ ଆତଙ୍କବାଦ ବିରୋଧୀ ଅଭିଯାନ ସମୟରେ କେବଳ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଦ୍ୱାରା ନିୟମିତ ବ୍ରିଫିଂକୁ ଅନୁମତି ଦିଆଯାଇଛି। ଦେଶ ସେବାରେ ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖି କଭରେଜ୍‌ରେ ସତର୍କତା, ସମ୍ବେଦନଶୀଳତା ଓ ଦାୟିତ୍ୱବୋଧ ପ୍ରୟୋଗ କରିବାକୁ ସମସ୍ତ ଅଂଶୀଦାରଙ୍କୁ ଅନୁରୋଧ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏକ ଆଡଭାଇଜରିକୁ ମଧ୍ୟ ମନ୍ତ୍ରଣାଳୟ ଟ୍ୟାଗ୍ କରିଛି, ଯେଉଁଥିରେ ଏପ୍ରିଲ ୬ରେ ଏକ ବିସ୍ତୃତ ନୋଟ୍ ଜାରି କରାଯାଇଥିଲା। ଏଥିରେ ଜାତୀୟ ନିରାପତ୍ତା ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ଗଣମାଧ୍ୟମ ପ୍ଲାଟଫର୍ମ, ନ୍ୟୁଜ୍ ଏଜେନ୍ସି ଓ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ପ୍ରତିରକ୍ଷା ଓ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପ ସମ୍ବନ୍ଧୀୟ ମାମଲାରେ ରିପୋର୍ଟିଂ କରିବା ସମୟରେ   ପ୍ରଚଳିତ ଆଇନ ଓ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରତିରକ୍ଷା ଅପରେସନ୍ କିମ୍ବା ଗତିବିଧି ସମ୍ବନ୍ଧୀୟ ସୂଚନା ଆଧାରରେ କୌଣସି ରିୟଲ୍ ଟାଇମ୍ କଭରେଜ୍, ଭିଜୁଆଲ୍ ପ୍ରସାରଣ କିମ୍ବା ରିପୋର୍ଟିଂ କରାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା। ସମ୍ବେଦନଶୀଳ ସୂଚନାର ଅକାଳ ପ୍ରକାଶ ଅଜାଣତରେ ଶତ୍ରୁ ତତ୍ତ୍ୱକୁ ସାହାଯ୍ୟ କରିପାରେ  ବୋଲି ମନ୍ତ୍ରଣାଳୟ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe