ନୂଆଦିଲ୍ଲୀ: ଜନଗଣନା, ବିଶେଷତଃ ଜାତିଗଣନାକୁ ନେଇ ଭୁଲ ପ୍ରଚାର କରାଯାଉଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହା ଉପରେ ସ୍ପଷ୍ଟୀକରଣଦେଇଛି। ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ, ଜନଗଣନା-୨୦୨୭ର ସମ୍ପୂର୍ଣ୍ଣ ବିବରଣୀ ଡିସେମ୍ବର ୧୨, ୨୦୨୫ରେ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସାର୍ବଜନୀନ ହୋଇସାରିଛି ଏବଂ କିଛି ବ୍ୟକ୍ତି ଜାଣିଶୁଣି ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି, ବିଶେଷକରି ପ୍ରସ୍ତାବିତ ଜାତି ଗଣନାକୁ ନେଇ। ପିଆଇବି ଦ୍ୱାରା ଏକ୍ସରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଜନଗଣନା-୨୦୨୭ ପୂର୍ବ ଜନଗଣନା ପରି ସମାନ ଦୁଇ-ପର୍ଯ୍ୟାୟ ଢାଞ୍ଚା ଅନୁସରଣ କରିବ, ଦ୍ୱିତୀୟ ପର୍ଯ୍ୟାୟରେ ଜାତି ଗଣନା ହେବାର କାର୍ଯ୍ୟକ୍ରମ ରହିଛି।

Advertisment

ଆହୁରି ପଢନ୍ତୁ- Lives Safe: କୂଅରେ ପଡ଼ିଗଲା ଭଉଣୀ; କୁଦାମାରି ଜୀବନ ବଞ୍ଚାଇଲା ନାବାଳକ ଭାଇ

ଗୃହ ମନ୍ତ୍ରାଳୟ ଅନୁଯାୟୀ, ଜନଗଣନା-୨୦୨୭ର ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଓ ଗୃହ ଗଣନା ହେବ, ଯାହା ଗୃହ ଅବସ୍ଥା, ସୁବିଧା ଓ ଘରୋଇ ସମ୍ପତ୍ତି ଉପରେ ଧ୍ୟାନ ଦେବ। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହେବ, ଯେଉଁଥିରେ ଜାତି ବିବରଣୀ ସମେତ ବ୍ୟକ୍ତିଗତ ସ୍ତରର ତଥ୍ୟ ସଂଗ୍ରହ କରାଯିବ। ମନ୍ତ୍ରଣାଳୟ କହିଛି ଯେ, ଡିସେମ୍ବର ୨୦୨୫ ପ୍ରେସ୍ ବିଜ୍ଞପ୍ତିରେ ଏହି ଦିଗଗୁଡିକ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇସାରିଛି ଏବଂ ପ୍ରତିଷ୍ଠିତ ଜନଗଣନା ପଦ୍ଧତିରୁ କୌଣସି ବିଚ୍ୟୁତି ହୋଇନାହିଁ। ଜାତି ଜନଗଣନା ଉପାଦାନର ପରିସର ଓ ସମୟକୁ ନେଇ ରାଜନୈତିକ ବିତର୍କ ଓ ସୋସିଆଲ ମିଡିଆରେ କଳ୍ପନାଜଳ୍ପନା ମଧ୍ୟରେ ଏହି ସ୍ପଷ୍ଟୀକରଣ ଆସିଛି। ଗତବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୧୧,୭୧୮.୨୪ କୋଟି ଟଙ୍କା ବ୍ୟୟରେ ୨୦୨୭ ଜନଗଣନାକୁ ଅନୁମୋଦନ କରିଥିଲେ।

ଆହୁରି ପଢନ୍ତୁ- Draupadi Murmu: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ବିଭିନ୍ନ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ