Amazon India Blog
ନୂଆଦିଲ୍ଲୀ : ମିଡିଆ, ଏଣ୍ଟରଟେନମେଣ୍ଟ ଓ ଜନସଚେତନତା କ୍ଷେତ୍ରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆମାଜନ ଇଣ୍ଡିଆ ମଧ୍ୟରେ ସହଭାଗିତା ସମ୍ପର୍କରେ ଘୋଷଣା କରିଛନ୍ତି।
ସହଭାଗିତାର ଶୁଭାରମ୍ଭ ଅବସରରେ ଠାକୁର କହିଛନ୍ତି ଯେ ଭାରତ ଏକ ପ୍ରାଚୀନ ସଭ୍ୟତା ହୋଇଥିବାରୁ ଏଥିରେ କାହାଣୀର ପରିସର ଅତ୍ୟନ୍ତ ବ୍ୟାପକ। ନିକଟରେ ଭାରତୀୟ ବିଷୟବସ୍ତୁ ଆନ୍ତର୍ଜାତୀୟ ଫୋରମରେ ସଫଳତା ହାସଲ କରିଛି ଏବଂ ଭାରତୀୟ କଳାକାରମାନେ ବିଦେଶୀ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଛନ୍ତି।
ଭାରତରେ ମନୋରଞ୍ଜନ ଶିଳ୍ପ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ମନ୍ତ୍ରଣାଳୟ ଦ୍ବାରା ନିଆଯାଇଥିବା ପଦକ୍ଷେପ ଉପରେ ମନ୍ତ୍ରୀ ଅନୁଧ୍ୟାନ କରି କହିଛନ୍ତି ଯେ ଭାରତୀୟ ମନୋରଞ୍ଜନ ଶିଳ୍ପର ସୁଯୋଗ ତଥା ବିଶେଷ କରି ଓଟିଟି ପରି ନୂତନ ପ୍ଲାଟଫର୍ମକୁ ସରକାର ସ୍ୱୀକୃତି ପ୍ରଦାନ କରୁଛନ୍ତି। ମନ୍ତ୍ରଣାଳୟ ଅଡିଓ ଭିଜୁଆଲ୍ ସେବାକୁ ଚାମ୍ପିୟନ୍ ସେବା କ୍ଷେତ୍ର ଭାବରେ ସ୍ୱୀକୃତି ଦେଇଛି ଏବଂ ଓଟିଟି କଣ୍ଟେଣ୍ଟ ରେଗୁଲେସନର ସ୍ୱ-ନିୟାମକ ଢାଞ୍ଚା ପ୍ରସ୍ତୁତ କରିଛି।
ଆମାଜନ ଇଣ୍ଡିଆ ସହ ସହଭାଗିତା ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ସତ୍ୟଜିତ୍ ରାଇ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଛାତ୍ରମାନଙ୍କ ପାଇଁ ଛାତ୍ରବୃତ୍ତି, ଇଣ୍ଟର୍ନସିପ୍, ମାଷ୍ଟରକ୍ଲାସ୍ ଏବଂ ଅନ୍ୟାନ୍ୟ ସୁଯୋଗ ଲାଗି ଶିଳ୍ପ-ଶିକ୍ଷା ସଂଯୋଗକୁ ମଜବୁତ କରିବାରେ ସାହାଯ୍ୟ କରିବ। ଏହି ପଦକ୍ଷେପ ଭାରତର ପ୍ରତିଷ୍ଠିତ ଚଳଚ୍ଚିତ୍ର ପ୍ରତିଷ୍ଠାନରୁ ବାହାରୁଥିବା ପ୍ରତିଭାବାନ୍ କଳାକାରଙ୍କ ପାଇଁ ସଂଗ୍ରାମର ସମୟ ହ୍ରାସ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।
Follow Us