ମିଂଜର ମେଳାରେ ଏଥର କେବଳ ପିତଳ ପାତ୍ରରେ ଖାଦ୍ୟ ମିଳିବ!

ସିମ୍‌ଲା: ହିମାଚଳ ପ୍ରଦେଶର ଏକ ବିଶ୍ୱ ପ୍ରସିଦ୍ଧ ମେଳା ହେଲା ମିଂଜର ମେଳା। ଏହି ମେଳରେ ପ୍ରଥମଥର ପାଇଁ ବ୍ୟଞ୍ଜନ ପରଷିବା ଲାଗି ପାରଂପରିକ ପିତଳ ଓ ଷ୍ଟିଲ୍‌ ବାସନର ବ୍ୟବହାର କରାଯିବ। ମେଳାରେ ଯେଉଁ ଅସ୍ଥାୟୀ ଦୋକାନ ଓ ଷ୍ଟଲ ଲାଗିବ ,ସେଥିରେ ଥର୍ମୋକୋଲରୁ ତିଆରି ଡିସ୍ପୋଜେବଲ ପ୍ଲେଟ୍‌ ,ଗ୍ଲାସ ଓ ଚମକଦାର ପ୍ଲେଟ୍‌କୁ ନିଷିଦ୍ଧ କରାଯାଇଛି।

publive-image PHOTO-p-tal

ମିଂଜର ମେଳା ଆଠଦିନ ଧରି ଚାଲିବ। ଏହି ଐତିହାସିକ ମେଳାରେ ସାମିଲ ହେବା ଲାଗି ହିମାଚଳ ପ୍ରଦେଶ ସମେତ ଆଖପାଖ ପଡୋଶୀ ରାଜ୍ୟରୁ ବହୁ ସଂଖ୍ୟକ ଲୋକ ଆସିଥାନ୍ତି। ମେଳାରେ ଜିନିଷ କିଣା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇବା ଲାଗି ଆସିଥାନ୍ତି ଲୋକେ। ଗତ କିଛି ବର୍ଷ ହେବ ଏହି ମିଂଜର ମେଳାରେ ଡିସ୍ପୋଜେବଲ୍‌ ପାତ୍ରରେ ଖାଦ୍ୟ ପରଷା ଯାଉଥିଲା। ହେଲେ ଏଥର ଏହାକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି ବୋଲି ମେଳା କମିଟି ଅଧ୍ୟକ୍ଷ ଦୀପ୍ତି ମଂଢୋତ୍ରୀ କହିଛନ୍ତି। ଦୋକାନୀମାନେ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe