ଲଜ୍ଜା ! ମହାରାଷ୍ଟ୍ରରେ ନାବାଳିକା ୪୦୦ ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର 

Advertisment
ସହିହେଉନି ଲୋକଲଜ୍ଜା! ଆତ୍ମହତ୍ୟା ଉଦ୍ୟମ କଲେ ଦୁଷ୍କର୍ମ ପୀଡ଼ିତା ଆଶାକର୍ମୀ

Newsd.in

ମୁମ୍ବାଇ: ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଗତ ୬ ମାସ ମଧ୍ୟରେ ଜଣେ ୧୬ ବର୍ଷର ନାବାଳିକାକୁ ପ୍ରାୟ ୪୦୦ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ପୀଡ଼ିତା ଅଭିଯୋଗ କରିବାକୁ ପୁଲିସ ଷ୍ଟେସନ୍ ଆସିଥିବା ବେଳେ ଜଣେ ପୁଲିସ୍ କର୍ମଚାରୀଙ୍କ ଦ୍ବାରା ବି ଯୌନଶୋଷଣର ଶିକାର ହୋଇଥିଲେ। ସେ ବର୍ତ୍ତମାନ ଦୁଇ ମାସ ଗର୍ଭବତୀ ଅଛନ୍ତି। ଯାହା ଆମ ସମାଜ ପାଇଁ ଲଜ୍ଜା ଆଣି ଦେଇଛି।

ପୀଡ଼ିତା ଜଣକ ଚଳିତ ସପ୍ତାହରେ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଶିଶୁ ବିବାହ ନି‌ଷେଧ ଆଇନ, ଶିଶୁ ବିରୋଧରେ ଯୌନ ଅପରାଧ ନିଷେଧ ଆଇନ ଏବଂ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ ଏହି ମାମଲାରେ ରବିବାର ତିନି ଜଣଙ୍କୁ ଗିରଫ କରାଯାଇଛି।

ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ ସେ ଦୁଇ ବର୍ଷ ପୂର୍ବେ ମା’ଙ୍କୁ ହରାଇଥିଲେ। ତା’ପରେ ତାଙ୍କ ବାପା ପ୍ରାୟ ଆଠ ମାସ ପୂର୍ବରୁ ତାଙ୍କ ବିବାହ କରାଇଥିଲେ। ତେବେ ତାଙ୍କୁ ସ୍ୱାମୀ ଏବଂ ଶାଶୁଘର ଲୋକେ ନିର୍ଯାତନା ଦେଇଥିଲେ। ଫଳସ୍ୱରୂପ ପୀଡ଼ିତା ସେଠାରୁ ପଳାଇ ଆସି ତାଙ୍କ ବାପାଙ୍କ ସହ ରହିଥିଲେ। ଯେତେବେଳେ ସ୍ବାମୀ ତାଙ୍କୁ ଫେରାଇ ନେଇ ନଥିଲେ, ସେତେବେଳେ ସେ ବିଡ୍ ଜିଲ୍ଲାର ଅମ୍ବାଜୋଗାଇ ଠାରେ ଥିବା ଏକ ବସଷ୍ଟାଣ୍ଡରେ ଭିକ ମାଗିବାକୁ ଲାଗିଲେ। ସେତେବେଳେ ସେ ବହୁ ବ୍ୟକ୍ତିଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିବା ତାଙ୍କ ଅଭିଯୋଗରେ ଉଲ୍ଲେଖ ରହିଛି।

ଶିଶୁ କଲ୍ୟାଣ କମିଟିକୁ ଦେଇଥିବା ବିବୃତିରେ ପୀଡ଼ିତା କହିଛନ୍ତି, “ମୋତେ ଅନେକ ଲୋକ ଦୁଷ୍କର୍ମ କରିଛନ୍ତି। ମୁଁ ଅଭିଯୋଗ ଦାଖଲ କରିବାକୁ ଅମ୍ବାଜୋଗାଇ ପୁଲିସ ଷ୍ଟେସନକୁ ଅନେକ ଥର ଯାଇଥିଲି, କିନ୍ତୁ ଅପରାଧୀଙ୍କ ବିରୋଧରେ ପୁଲିସ କୌଣସି ପଦକ୍ଷେପ ନେଇ ନଥିଲା। ଏହା ବଦଳରେ ଜଣେ ପୁଲିସ ମୋତେ ନିର୍ଯାତନା ଦେଇଥିଲା। ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe