ସୁରକ୍ଷା ବଳୟରେ ଥିବା ଦିଲ୍ଲୀର ଇସ୍ରାଏଲ୍‌ ଦୂତବାସ ନିକଟରେ ବିସ୍ଫୋରଣ, ଜଣେ ଆହତ

Advertisment
ସୁରକ୍ଷା ବଳୟରେ ଥିବା ଦିଲ୍ଲୀର ଇସ୍ରାଏଲ୍‌ ଦୂତବାସ ନିକଟରେ ବିସ୍ଫୋରଣ, ଜଣେ ଆହତ

Zee News

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଇସ୍ରାଏଲ୍‌ ଦୂତବାସ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣେ ଆହତ ହୋଇଥିବା ସୂଚନା ରହିଛି। ସେଠାରେ ଥିବା କିଛି କାର୍‌ କ୍ଷତିଗ୍ରସ୍ତ ହୋଇଛି। ଦିଲ୍ଲୀ ପୁଲିସ୍‌ ଏ ନେଇ ସୂଚନା ଦେଇ ବିସ୍ଫୋରଣ ଘଟିଥିବା କଥା ନିଶ୍ଚିତ କରିଛି ଓ ଏହା ଏକ ଛୋଟଧରଣର ବିସ୍ଫୋରଣ ବୋଲି କହିଛି । ଘଟଣାସ୍ଥଳରେ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ର ଏକ ଦଳ ସହ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିଛନ୍ତି। ଇସ୍ରାଏଲ୍ ଦୂତାବାସ ଥିବା ଏପିଜେ ଅବ୍ଦୁଲ କାଲାମ୍ ମ‌ାର୍ଗ କଡା ସୁରକ୍ଷା ବଳୟ ଥିବା ଏକ ଅଂଚଳ ହୋଇଥିବା ବେଳେ ସେଠାରେ ବିସ୍ଫୋରଣ ଘଟିବା ପୁଲିସ ଲାଗି ଚିନ୍ତାର ବିଷୟ ହୋଇଛି।

ଦୂତାବାସ  ବାହାରେ ଥିବା ପକ୍କାଘର ନିକଟରେ ଏହି ବିସ୍ଫୋରଣ ଘଟି ସେଠାରେ ପାର୍କିଂ ହୋଇଥିବା ପ୍ରାୟ ୪-୫ଟି କାର୍‌ର ୱିଣ୍ଡସ୍କ୍ରିନ ନଷ୍ଟ ହୋଇଯାଇଛି ବୋଲି ଦିଲ୍ଳୀ ପୁଲିସ୍ ସୂଚନା ଦେଇଛି।

ଏହି ବିସ୍ପୋରଣ ବିଜୟ ଚୌକରୁ ୨ କିଲୋମିଟର ଦୂରତ୍ବ ମଧ୍ୟରେ ଘଟିଛି। ଆଜି ବିଜୟ ଚୌକରେ ପତାକା ଅବତରଣ ଉତ୍ସବ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ହୋଇଥିଲେ। ବିସ୍ଫୋରଣ ପରେ ପୁଲିସ୍‌ ନିୟୋଜିତ କରାଯାଇ ଅବଦୁଲ କଲାମ ମାର୍ଗକୁ  ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe