ସୀମା ପାର କଲା ଅନ୍ଧବିଶ୍ବାସ: ବର୍ଷା ହେବା ପାଇଁ ନାବାଳିକାଙ୍କୁ ଉଲଗ୍ନ କରି ଶସ୍ୟଭିକ୍ଷା କରାଇଲେ ଗ୍ରାମବାସୀ

Advertisment
ସୀମା ପାର କଲା ଅନ୍ଧବିଶ୍ବାସ: ବର୍ଷା ହେବା ପାଇଁ ନାବାଳିକାଙ୍କୁ ଉଲଗ୍ନ କରି ଶସ୍ୟଭିକ୍ଷା କରାଇଲେ ଗ୍ରାମବାସୀ

ଭୋପାଳ: ପ୍ରତିଦିନ ଲୋକଙ୍କୁ ସଚେତନ ଏବଂ ଅନ୍ଧବିଶ୍ବାସରୁ ଦୂରେଇ ରହିବା ପାଇଁ ସରକାର ଅନେକ ଚେଷ୍ଟା କରୁଥିବା ବେଳେ ଦେଶର କିଛି କୋଣରେ ଏବେ ବି ଲୋକେ ଅନ୍ଧବିଶ୍ବାସରେ ବୁଡ଼ି ରହିଛନ୍ତି। ବର୍ଷା ହେବା, ଖରା ବା ଶୀତ ହେବା ପ୍ରାକୃତିକ ବୋଲି ଜାଣି ମଧ୍ୟ ଲୋକଙ୍କ ମନରେ ଏନେଇ କେତେ ଅନ୍ଧବିଶ୍ବାସ ରହିଛି, ତାହା ମଧ୍ୟପ୍ରଦେଶରେ ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇଛି।

ମଧ୍ୟପ୍ରଦେଶରେ ବର୍ଷା ହେବା ପାଇଁ ଲୋକେ କିଛି ନାବାଳିକାଙ୍କୁ ଉଲଗ୍ନ କରି ଘରଘର ବୁଲାଇ ଭିକ୍ଷା କରାଇଥିବା ଜଣାପଡ଼ିଛି। ଏହି ଘଟଣାଟି ଦାମୋ ଜିଲ୍ଲାର ଜାବେରା ବ୍ଲକର ବାନିଆ ଗ୍ରାମରେ ଘଟିଛି। ନାବାଳିକାମାନେ ନିଜ ପରିବାର ସଦସ୍ୟଙ୍କ ସହ ଘରକୁ ଘର ବୁଲିଥିଲେ ଏବଂ ଭଜନ ଗାନକରି ଶସ୍ୟ ଭିକ୍ଷା କରିଥିଲେ। ଉଲଗ୍ନ ହୋଇ ଘରକୁ ଘର ବୁଲିବା ସହ ଡାଲି, ଚାଉଳ, ମକା ଓ ବାଜରା ଇତ୍ୟାଦି ମାଗିଥିଲେ। ପରେ ସଂଗୃହୀତ ଶସ୍ୟକୁ ନେଇ ଗାଁ ମନ୍ଦିରରେ ରୋଷେଇ କରାଯାଇଥିଲା ଓ ଗାଁର ସବୁ ଲୋକ ପ୍ରସାଦ ପାଇଥିଲେ। ଏଭଳି ‌କଲେ ବର୍ଷା ହେବା ସହ ମରୁଡ଼ି ସ୍ଥିତି ସୁଧୁରିବ ବୋଲି ସେ ଅଞ୍ଚଳରେ ବିଶ୍ବାସ ରହିଛି । ବହୁ ବର୍ଷ ଧରି ସେଠାରେ ଏହି ପ୍ରଥା ପ୍ରଚଳିତ ଅଛି।

Strange ritual: Minor girls stripped naked in Madhya Pradesh village for ample rainfall www.indiatoday.in

ସ୍ଥାନୀୟ ପୁଲିସକର୍ମୀଙ୍କ କହିବା ମୁତାବକ, ପ୍ରତିବର୍ଷ ଏଭଳି କରାଯାଏ ଏବଂ ନାବାଳିକାଙ୍କ ଅନୁମତି ନେଇ ହିଁ ସେମାନଙ୍କୁ ଏଭଳି କରିବାକୁ କୁହାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe