ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତଙ୍କୁ ଧରାପକାଇଲା ଭାଇରାଲ୍‌ ଭିଡିଓ

Advertisment
ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତଙ୍କୁ ଧରାପକାଇଲା ଭାଇରାଲ୍‌ ଭିଡିଓ

ଝାନ୍‌ସୀ: ଉତ୍ତର ପ୍ରଦେଶରେ ନାରୀ ନିର୍ଯାତନା ଘଟଣା ଥମିବାର ନାଁ ଧରୁନାହିଁ। ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ୩ ଜଣ ବ୍ୟକ୍ତି ବିଚ୍‌ ରାସ୍ତାରେ ଟଣାଓଟରା କରିବା ସହ ଅସଦାଚରଣ କରିଥିଲେ। କେବଳ ସେତିକି ନୁହେଁ, ଏହି ଘଟଣାର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ଘଟଣାଟି ଘଟିଥିଲା ଜୁଲାଇ ୧୨ ତାରିଖରେ। ମାତ୍ର ତାହା ପୁଲିସରେ ରିପୋର୍ଟ ହୋଇ ନ ଥିଲା। ତେବେ ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।

ପୁଲିସ ସୂତ୍ର ଅନୁଯାୟୀ, ନାବାଳିକା ଜଣକ ବିଲରେ କାମ କରୁଥିବା ମା’ ପାଇଁ ଖାଦ୍ୟ ନେଇ ଯାଇଥିଲେ। ସେ ଫେରିବା ସମୟରେ ତାଙ୍କର ଜଣେ ପୁଅ ସାଙ୍ଗ ତାଙ୍କୁ ଘରେ ଛାଡ଼ିଦେବା ଲାଗି କହିଥିଲା। ଫଳରେ ଦୁଇ ଜଣ ଏକାଠି ଫେରୁଥିଲେ। ଦୁହେଁ ଫେରିବା ବାଟରେ ଜଙ୍ଗଲୀ ରାସ୍ତାରେ କିଛି ଲୋକ ସେମାନଙ୍କୁ ଘେରିଯାଇଥିଲେ। ସେମାନେ ନାବାଳିକାଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ।୬ ମିନିଟ୍‌ର ଭିଡିଓରେ ଦେଖିବାକୁ ମିଳିଛି କି ନାବାଳିକା ଜଣକ ବିକଳରେ ଚିତ୍କାର କରୁଛନ୍ତି । ଦୁବୃର୍ତ୍ତମାନେ ତାକୁ ଜଙ୍ଗଲ ଭିତରକୁ ଭିଡି ନେବାକୁ ଉଦ୍ୟମ କରୁଛନ୍ତି। ସେ ବିକଳରେ ମାଟିରେ ବସି ପଡ଼ି ସେମାନଙ୍କୁ ଏପରି ନ କରିବାକୁ ନେହୁରା ହେଉଛନ୍ତି।

ଝାନ୍‌ସୀ ପୁଲିସର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି କି, ଘଟଣାରେ ସଂପୃକ୍ତ ୩ ଅସାମାଜିକଙ୍କୁ ଚିହ୍ନଟ ସରିଛି। ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇସାରିଛି। ଡାକ୍ତରୀ ପରୀକ୍ଷା ଲାଗି ଝିଅଟିକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe