'କାମ ସରିଗଲା' ସ୍ୱାମୀଙ୍କୁ ହତ୍ୟା ପରେ ପ୍ରେମିକକୁ ଏଭଳି କହିଲା ସ୍ତ୍ରୀ...

Advertisment

ମିରଟର ସୌରଭ ହତ୍ୟାକାଣ୍ଡର ଲୋମଟାଙ୍କୁରା ଘଟଣା ଥମି ନଥିବା ବେଳେ ପୁଣିଥରେ ମଧ୍ୟପ୍ରଦେଶ ବୁର୍‌ହାନପୁରରୁ ଏମିତି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଥରେ କି ଦି ଥର ନୁହଁ ସ୍ୱାମୀଙ୍କ ପେଟରେ ୩୬ ଥର ବିଅର୍‌ ବୋତଲ ଭୁସି ହତ୍ୟା କରିଛି ସୈତାନ ସ୍ତ୍ରୀ।

Updated On

ଅଦ୍ୟତନ ହୋଇଛି
murder

murder Photograph: (sambad.in)

ଇନ୍ଦୋର: ମିରଟର ସୌରଭ ହତ୍ୟାକାଣ୍ଡର ଲୋମଟାଙ୍କୁରା ଘଟଣା ଥମି ନଥିବା ବେଳେ ପୁଣିଥରେ ମଧ୍ୟପ୍ରଦେଶ ବୁର୍‌ହାନପୁରରୁ ଏମିତି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ପୁଣି ବଳି ପଡ଼ିଛି ଆଉ ଜଣେ ସ୍ୱାମୀ। ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ରାସ୍ତାରୁ ହଟେଇ ଦେଇଛି ସ୍ତ୍ରୀ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଥରେ କି ଦି ଥର ନୁହଁ ସ୍ୱାମୀଙ୍କ ପେଟରେ ୩୬ ଥର ବିଅର୍‌ ବୋତଲ ଭୁସି ହତ୍ୟା କରିଛି ସୈତାନ ସ୍ତ୍ରୀ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ବୁର୍‌ହାନପୁର ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ୧୭ ବର୍ଷୀୟ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ମିଶି ରାସ୍ତାରୁ ସଫା କରିଦେଇଛନ୍ତି। ଆଉ ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିଲେ ପ୍ରେମିକଙ୍କ ଦୁଇ ବନ୍ଧୁ। ପୁଲିସ କହିଛି ଯେ, ପୀଡିତଙ୍କୁ ୩୬ ଥର ମଦ ବୋତଲ ଭୁସି ହତ୍ୟା କରାଯାଇଛି। ଅପରାଧ କରିବା ପରେ, ପତ୍ନୀ ଜଣଙ୍କ ତାଙ୍କ ପ୍ରେମିକଙ୍କୁ ଭିଡିଓ କଲ କରି ତାଙ୍କ ସ୍ୱାମୀଙ୍କ ମୃତଦେହ ଦେଖାଇ କହିଥିଲେ ଯେ 'କାମ ସରିଗଲା'।

ଏସ୍ପି ବୁରହାନପୁର ଦେବେନ୍ଦ୍ର ପଟିଦାର କହିଛନ୍ତି ଯେ, ୧୩ ଏପ୍ରିଲରେ ପୁଲିସ ଆଇଟିଆଇ କଲେଜ ସାମ୍ନା ଇନ୍ଦୋର-ଇଛାପୁର ରାସ୍ତା ନିକଟ ବୁଦାରୁ ଏକ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିଲା। ତଦନ୍ତ ପରେ, ମୃତକଙ୍କ ପରିଚୟ ରାହୁଲ ଓରଫ ଗୋଲ୍ଡେନ ପାଣ୍ଡେ ବୋଲି ଜଣାପଡ଼ିଥିଲା। ଯିଏ ଶାହପୁର ନିବାସୀ ରାମଚନ୍ଦ୍ର ପାଣ୍ଡେଙ୍କ ପୁଅ। 

ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ଜୋରଦାର୍ ଛାନଭିନ୍ କରିବା ପରେ ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଥିଲା। ପଚରାଉଚରା ବେଳେ ରାହୁଲଙ୍କ ହତ୍ୟା ଯୋଜନା କରିଥିବା ହତ୍ୟାକାରୀ ସ୍ତ୍ରୀ ନିଜର ଦୋଷ ସ୍ୱୀକାର କରିଛି। ସେ ନିଜ ପ୍ରେମିକ ଯୁବରାଜ ଓ ତା'ର ଦୁଇ ସାଙ୍ଗ ସହ ମିଶି ରାହୁଲଙ୍କୁ ହତ୍ୟା କରିଥିବା ମାନିଛି। ଘଟଣାରେ ପୁଲିସ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe