ସଂଖ୍ୟାଲଘୁ ଯୋଜନା ହିନ୍ଦୁଙ୍କ ଅଧିକାରକୁ କ୍ଷୁଣ୍ଣ କରୁ ନାହିଁ, ସୁପ୍ରିମ୍‌କୋର୍ଟରେ କେନ୍ଦ୍ରର ଯୁକ୍ତି

Advertisment
ରିଅଲ୍‌ ଇଷ୍ଟେଟ୍‌ ପ୍ରସଙ୍ଗ: କେନ୍ଦ୍ରକୁ ସୁପ୍ରିମ୍‌ କୋର୍ଟ ନୋଟିସ୍‌, ‘ଗ୍ରାହକ-ବିଲ୍‌ଡର୍‌ ଚୁକ୍ତି’ର ପ୍ରସ୍ତୁତ କରିବାକୁ କହିଲେ

Image Courtesy of India TV News

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ କେବଳ ଧାର୍ମିକ ସଂଖ୍ୟାଲଘୁଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ଯୋଜନାଗୁଡ଼ିକ ସପକ୍ଷରେ କହିଛନ୍ତି ଯେ ଏହି ଯୋଜନାଗୁଡ଼ିକ ହିନ୍ଦୁମାନଙ୍କର ଅଧିକାରର ଉଲ୍ଲଂଘନ କରୁନାହିଁ ଏବଂ ଏହା ସମ୍ବିଧାନର ସମାନତା ନୀତିର ମଧ୍ୟ ବିରୋଧୀ ନୁହେଁ। ହିନ୍ଦୁ ସମ୍ପ୍ରଦାୟର ୬ ଜଣ ସଦସ୍ୟ ମିଳିତ ଭାବେ ଦାଖଲ କରିଥିବା ଏକ ପିଟିସନର ଜବାବରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରିଥିଲେ ଏବଂ ଏଥିରେ କହିଥିଲେ ଯେ, ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସଂଖ୍ୟାଲଘୁଙ୍କ ମଙ୍ଗଳକାରୀ ଯୋଜନାଗୁଡ଼ିକ ଆଇନଗତ ଭାବେ ବୈଧ ଏବଂ ବିଭିନ୍ନ ସ୍ତରରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ‘ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି’ ପାଇଁ ଉଦ୍ଦିଷ୍ଟ।

ଏହି ଯୋଜନାଗୁଡିକ ସମ୍ବିଧାନରେ ଦର୍ଶାଯାଇଥିବା ସମାନତା ନୀତିର ବିରୋଧୀ ନୁହେଁ ଏବଂ ଅନ୍ୟ ସମ୍ପ୍ରଦାୟ ସଦସ୍ୟଙ୍କ ଅଧିକାରକୁ ଉଲ୍ଲଂଘନ କରୁନାହିଁ। ଏହି ଯୋଜନାଗୁଡିକ ସଂଖ୍ୟାଲଘୁ ବର୍ଗର ଅନଗ୍ରସର ବ୍ୟକ୍ତି ଏବଂ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ, ସମସ୍ତଙ୍କ ପାଇଁ ନୁହେଁ ବୋଲି ସରକାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe