ଘରକୁ ଫେରିଲେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ, ଦିଲ୍ଲୀ ଏୟାରପୋର୍ଟରେ କରାଗଲା ଭବ୍ୟ ସ୍ୱାଗତ

ଘରକୁ ଫେରିଲେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ, ଦିଲ୍ଲୀ ଏୟାରପୋର୍ଟରେ କରାଗଲା ଭବ୍ୟ ସ୍ୱାଗତ

MCE Zone

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ସ୍ୱଦେଶ ଫେରିଲେ ଚାନୁ । ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ ଆଜି ଆସି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଭାରତ ମତ କି ଜୟ ସ୍ଲୋଗାନ ଦେଇ ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଥିବା ବେଳେ କମ୍ପି ଯାଇଥିଲା ପୁରା ପରିବେଶ ।

ଶନିବାର ଦିନ ଟୋକିଓ ଅଲିମ୍ପିକ୍ସରେ ୪୯ କେଜି ବର୍ଗରେ ଚାନୁଙ୍କୁ ରୌପ୍ୟ ପଦକ ମିଳିଛି । କ୍ଲିନ୍ ଆଣ୍ଡ ଜର୍କରେ ଚାନୁ ଦ୍ୱିତୀୟ ପ୍ରୟାସରେ ୧୧୫ କେଜି ଓଜନ ଉଠାଇବାରେ ସଫଳ ହୋଇଥିଲେ । ଏହାକୁ ମିଶାଇ ସେ ମୋଟ୍ ୨୦୨ କେଜି ଭାର ଉଠାଇଥିଲେ । ଏହା ପୂର୍ବରୁ କର୍ଣ୍ଣମ ମାଲେଶ୍ୱରୀ ୨୦୦୦ ମସିହାର ସିଡନୀ ଅଲିମ୍ପିକ୍ସରେ ଦେଶକୁ ପ୍ରଥମ ମହିଳା ଭାବେ ଭାରତ୍ତୋଳନରେ ପଦକ ଦେଇଥିଲେ ।

 indiatoday.in

ଟୋକିଓରେ ଭାରତର ଟେକ ରଖିଥିବା ଚାନୁଙ୍କ ଏହି ସଫଳତା ପରେ ସାରା ଦେଶ ସମେତ ତାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ମୀରାବାଇ ଚାନୁଙ୍କ ଚୀନ ପ୍ରତିପକ୍ଷ ଭାରତ୍ତୋଳନରେ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଇଣ୍ଡୋନେସିଆ ପ୍ରତିପକ୍ଷ ବ୍ରୋଞ୍ଜ ପଦକ ଜିତିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe