ପ୍ୟାରିସ୍: ଅଗଷ୍ଟ ୭ରେ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରୋତ୍ତୋଳନରେ ମୀରାବାଇ ଚାନୁ ପଦକ ଜିତିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେ କୌଣସି କମାଲ କରିପାରିନଥିଲେ ଏବଂ ପଦକରୁ ବଞ୍ଚିତ ହୋଇଥିଲେ। ମୀରବାଇ ନିଜର ଶେଷ ପ୍ରୟାସରେ ୧୧୪କିଲୋଗ୍ରାମ ଭାର ଉଠାଇ ପାରିନଥିବାରୁ ପଦକ ଜିତିବା ଦୌଡ଼ରୁ ଦୂରେଇ ଯାଇଥିଲେ। ଅଗଷ୍ଟ ୮ ଅର୍ଥାତ୍ ଆଜି ମୀରାବାଇଙ୍କ ଜନ୍ମଦିନ (୩୦ତମ) ଥିଲା। ତେଣୁ ତାଙ୍କ ପାଖରେ ଇତିହାସ ସୃଷ୍ଟି କରିବାର ସୁଯୋଗ ଥିଲା। ହେଲେ ର୍ଦୁଭାଗ୍ୟବଶତଃ ସେ ତାହା କରିପାରିନଥିଲେ।
ତେବେ ହାରିବା ପରେ ଏହା ପଛର କାରଣ ଜଣାଇଛନ୍ତି ମୀରାବାଇ। ସେ କହିଛନ୍ତି ଯେ, "ଆଜିର ପ୍ରଦର୍ଶନକୁ ନେଇ ବହୁତ ଖୁସି। ସମସ୍ତେ ଜାଣନ୍ତି ଯେ ମୁଁ ଅନେକ ଆଘାତର ସମ୍ମୁଖୀନ ହୋଇଛି। ରିଓ (୨୦୧୬ଅଲିମ୍ପିକ୍ସ) ରେ ମୋ ସହିତ କ’ଣ ଘଟିଥିଲା ତାହା ସମସ୍ତେ ଜାଣନ୍ତି। ସେଠାରେ ମୁଁ ପଦକ ହରାଇଥିଲି। ପ୍ରତ୍ୟେକ ଖେଳାଳିଙ୍କ ସହିତ ଏହା ଘଟେ। ଏହା ପରେ ମୁଁ ବିଶ୍ୱ ଚାମ୍ପିଅନ୍ ହେଲି। ଟୋକିଓ ଅଲିମ୍ପିକ୍ସରେ ମୁଁ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲି। ଏଥର ମଧ୍ୟ ମୁଁ ଚେଷ୍ଟା କରିଥିଲ। କିନ୍ତୁ ଆଘାତ ହେତୁ ଓ ମାସିକଧର୍ମର ତୃତୀୟ ଦିନ ପାଇଁ ମୁଁ ଏହା କରିପାରିନଥିଲି। ମୋତେ ଅଧିକ ଦୁର୍ବଳ ଅନୁଭବ ହୋଇଥିଲା। ଶରୀରରେ ଲାଗିଥିବା ଆଘାତ ପାଇଁ ମୋତେ ୪ମାସ ରିହାବରେ ରଖାଯାଇଥିଲା। ଏହା ସହ ମୋତେ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପାଇଁ ପ୍ରସ୍ତୁତି କରିବାକୁ ଯଥେଷ୍ଟ ସମୟ ମଧ୍ୟ ମିଳିନଥିଲା। ଏସବୁ ମୋ ହାରିବାର କାରଣ ପାଲଟିଲା।"
Follow Us