ନାଗରିକତା ସଂଶୋଧନ ଆଇନ ବିରୋଧୀ ହିଂସା ୟୁପିକୁ ବ୍ୟାପିଲା

ମିରଟ୍‌, ଆଲିଗଡ଼, ଶାହରନପୁରରେ ଇଣ୍ଟରନେଟ୍‌ ବନ୍ଦ, ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ଦଳ

ନାଗରିକତା ସଂଶୋଧନ ଆଇନ ବିରୋଧୀ ହିଂସା ୟୁପିକୁ ବ୍ୟାପିଲା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆଜି ଉତ୍ତର ପ୍ରଦେଶରେ ବ୍ୟାପକ ହିଂସା ଘଟିଛି। ମଉ ଜିଲ୍ଲାରେ ହଜାର ହଜାର ଆନ୍ଦୋଳନକାରୀ ବଡ଼ ଧରଣର ହିଂସା ଘଟାଇବା ଯୋଗୁଁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ମଉରେ ଏକ ପୋଲିସ ଷ୍ଟେସନରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଥିବା ବେଳେ ଶତାଧିକ ଯାନବାହନ ପୋଡ଼ି ଦେଇଛନ୍ତି। ଆଜି ସନ୍ଧ୍ୟାରେ ମଉରେ କର୍ଫ୍ୟୁ ଜାରି ହୋଇଛି। ଏହା ବ୍ୟତୀତ ମିରଟ୍‌, ସାହରନପୁର, କାସଗଂଜ ଏବଂ ଆଲିଗଡ଼ରେ ଉଗ୍ର ପ୍ରଦର୍ଶନ ହେଉଥିବାରୁ ସେଠାରେ ଇଣ୍ଟରନେଟ୍‌ ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ସରକାରୀ ସମ୍ପତ୍ତିକୁ ଟାର୍ଗେଟ୍‌ କରିଛନ୍ତି। ହିଂସାକୁ ନେଇ ଏବେ ରାଜନୀତି ମଧ୍ୟ ସରଗରମ ହୋଇଛି। ଆଜି ଦିଲ୍ଲୀରେ ବିରୋଧୀ ଦଳ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେମାନେ ଦିଲ୍ଲୀରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇବା ସହ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ଗୁଲାମନବୀ ଆଜାଦ, ସିପିଆଇ ନେତା ସୀତାରାମ ୟେଚୁରୀ, ଡି. ରାଜା ପ୍ରମୁଖ ହିଂସା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ବିରୋଧୀ ଦଳମାନେ ଜାମିଆ ବିଶ୍ବବିଦ୍ୟାଳୟ ହିଂସା ମାମଲାରେ ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି। ଏହି ମାମଲା ନେଇ ସେମାନେ ଆସନ୍ତାକାଲି ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବେ ବୋଲି ମଧ୍ୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe