ସମସ୍ୟାର ସମାଧାନ ନହେଲେ ମାର୍ଚ୍ଚ ୨୨ରେ ଜୀବନ ହାରିଦେବି: ଯବାନ

ଉତ୍ତରପ୍ରଦେଶର ମିର୍ଜାପୁରରେ ଏସଏସବିର ଜଣେ ଯବାନ ଭିଡିଓ ଜରିଆରେ ନିଜର ଯନ୍ତ୍ରଶ ବଖାଣି କହିଛନ୍ତି, ‘ଚଳିତଥର ନ୍ୟାୟ ନମିଳିଲେ ଜୀବନ ହାରିଦେବି।’ ଉକ୍ତ ଯବାନ ଜଣକ ଆସାମରେ ଦେଶର ସୁରକ୍ଷା ପାଇଁ ନିୟୋଜିତ ଅଛନ୍ତି।

ssb jawan

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମିର୍ଜାପୁରରେ ଏସଏସବିର ଜଣେ ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଯବାନ ଜଣକ ଗତ ୪ବର୍ଷ ହେବ ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ଧୌର୍ଯ୍ୟହରା ହୋଇଗ‌ଲେଣି ବୋଲି ଅଭି‌ଯୋଗ କରି କହିଛନ୍ତି।

ନ୍ୟାୟ ନମିଳିଲେ ସେ ଜୀବନ ହାରି ଦେବେ ବୋଲି ଏକ ଭିଡ଼ିଓ ଜରିଆରେ  ବି ଜଣାଇଛନ୍ତି। ଉକ୍ତ ଯବାନଙ୍କ ନାମ ରୟୁଫ ଅନସାରି ବୋଲି ଜଣାରପଡ଼ିଛି।

ଯବାନ ରୟୁଫ ଅନସାରି ନିକଟରେ ମିର୍ଜାପୁରର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ରୟୁଫ ଏସପିଙ୍କ ନିକଟ‌ରେ ନ୍ୟାୟ ପାଇଁ ଗୁହାରି କରି କହିଥିଲେ, ‘ଚଳିତଥର ଯଦି ମୋ ସମସ୍ୟାର ସମାଧାନ ନହେଲା ତେବେ ଆଗାମୀ ମାର୍ଚ୍ଚ ୨୨ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜୀବନ ହାରିଦେବି।’

ଯବାନ ନ୍ୟାୟ ପାଇଁ ଗୁହାରି କରି କାନ୍ଦୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରୟୁଫ ଏହି ଭିଡିଓରେ କହିଛନ୍ତି, ‘ ଦେଶର ସୁରକ୍ଷା ପାଇଁ ମୁଁ ଆସାମରେ ନିୟୋଜିତ ଅଛି। ମୋର ପରିବାର ମିର୍ଜାପୁରରେ ଏକା ବସବାସ କରୁଛନ୍ତି। ମୁଁ ଘରେ ନଥିବାରୁ ମୋ ପରିବାରକୁ ହଇରାଣ କରାଯାଉଛି। ଏନେଇ ମୁଁ ଅନେକ ଅଧିକାରୀଙ୍କ ନିକଟରେ ଗୁହାରି ଜଣାଇବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ କିଛି ସମାଧାନ ହୋଇପାରିଲା ନାହିଁ। ମୁଁ ‌ମୋ ପରିବାର କଷ୍ଟ ଦେଖି ପାରୁ ନାହିଁ। ଡିୟୁଟି ସହିତ ପରିବାର ଚିନ୍ତା ମୋତେ ଦରମରା କରି ସାରିଲାଣି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe