ଲାଲୁ ପରିବାରରେ ଫାଟ ଥିବା ସ୍ୱୀକାର କଲେ ଝିଅ ମିଶା ଭାରତୀ

Advertisment
ଲାଲୁ ପରିବାରରେ ଫାଟ ଥିବା ସ୍ୱୀକାର କଲେ ଝିଅ ମିଶା ଭାରତୀ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ସବୁକିଛି ଠିକ୍‌ ଠାକ ଚାଲି ନାହିଁ । ଲାଲୁ ଓ ରାବଡ଼ି ଦେବୀଙ୍କ ଦୁଇ ପୁଅ ତେଜସ୍ୱୀ ଯାଦବ ଓ ତେଜପ୍ରତାପ ଯାଦବଙ୍କ ମଧ୍ୟରେ ସବୁ କିଛି ଠିକ୍‌ଠାକ ଚାଲି ନାହିଁ ବୋଲି ସେମାନଙ୍କ ଭଉଣୀ ମିଶା ଭାରତୀ କହିଛନ୍ତି।
ଗତ ସୋମବାର ଦିନ ଦଳୀୟ କର୍ମୀମାନଙ୍କୁ ଉଧବୋଧନ ଦେବା ଅବସରରେ ମିଶା ଭାରତୀ କହିଛନ୍ତି ଯେ ତାଙ୍କ ପରିବାରରେ ଦୁଇ ଭାଇଙ୍କ ମଧ୍ୟରେ ପଡ଼ୁ ନହିଁ। ଅବଶ୍ୟଏହା କହି ସାରିବା ପରେ ମିଶା ତୁରନ୍ତ କହିଥିଲେ ଯେ ପ୍ରତି ପରିବାରରେ ଏପରି ଛୋଟବଡ଼ କଳି ଲାଗିଥାଏ। ଏହାକୁ ଗୁରୁତ୍ୱ ଦିଆଯିବା କଥା ନୁହେଁ। ତେବେ ତାଙ୍କ ପଛରୁ ମଧ୍ୟ ପରିବାରରେ ଛୁରି ଭୁଶିବା କାର୍ଯ୍ୟ ହେଉଥିବାରୁ ସେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।। ନିଜସ୍ୱ ଷ୍ଟାଇଲରେ ମିଶା ଭାରତୀ କହିଥିଲେ ଯେ ଆରଜେଡି ଏକ ବଡ଼ ପରିବାର। ଲୋକେ ଏହାକୁ ଭୋଟ୍‌୍‌ ଦେଇ ପସନ୍ଦ କରିଥାନ୍ତି ।ମାତ୍ର ନିଜ ଘର ଭିତରେ ଏବେ ଫାଟ ସୃଷ୍ଟି ହୋଇଛି, ଯାହାକି ଚିନ୍ତାଜନକ ବୋଲି ମିଶା କହିଛନ୍ତି। ତେବେ ଏ ନେଇ ତେଜସ୍ୱୀ ଯାଦବଙ୍କୁ ପଚରା ଯିବାରୁ ସେ କହିଥିଲେ ଯେ ମିଶା ଭାରତୀ କଣ କହିଛନ୍ତି ସେ ଶୁଣି ନାହାଁନ୍ତି।
ବିଭିନ୍ନ ଦୁର୍ନୀତି ମାମଲାରେ ଦଣ୍ଡଦେଶ ପାଇ ଜେଲ ଯିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ମଧ୍ୟରେ କନ୍ଦଳ ଆରମ୍ଭ ହୋଇଛି। ଆରଜେଡିର ନେତୃତ୍ୱ ନେବା ନେଇ ଲାଲୁ ଯାଦବଙ୍କ ଦୁଇ ପୁଅ ତେଜସ୍ୱୀ ,ତେଜପ୍ରତାପ ଓ ଝିଅ ମିଶା ଭାରତୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଆରଜେଡିରେ ଲାଗି ରହିଥିବା ବିବାଦ ବିରୋଧୀମାନଙ୍କୁ ସମାଲୋଚନା କରିବା ପାଇଁ ସୁଯୋଗ ଦେଇଛି। ବିଶେଷ କରି ବଂଶବାଦ ରାଜନୀତି ନେଇ ବିରୋଧୀମାନେ ଆରଜେଡିକୁ ସମାଲୋଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe