ଖାଦ୍ୟରେ ନିଶା ଦେଇ ୧୭ ଛାତ୍ରୀଙ୍କୁ ଅସଦାଚରଣ

ପ୍ରାକ୍ଟିକାଲ ବାହାନାରେ ରାତିରେ ଅଟକା ଯାଇଥିଲା, ୨ ସ୍କୁଲ ମ୍ୟାନେଜରଙ୍କ ବିରୋଧରେ ମାମଲା

ଖାଦ୍ୟରେ ନିଶା ଦେଇ ୧୭ ଛାତ୍ରୀଙ୍କୁ ଅସଦାଚରଣ

DTnext

ଲକ୍ଷ୍ନୌ,: ଉତ୍ତର ପ୍ରଦେଶର ମୁଜାଫରପୁରନଗରରେ ଖାଦ୍ୟରେ ନିଶା ସାମଗ୍ରୀ ମିଶାଇ ରାତିରେ ୧୭ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରାକ୍ଟିକାଲ ବାହାନାରେ ଛାତ୍ରୀମାନଙ୍କୁ ସ୍କୁଲରେ ରାତିରେ ରଖାଯାଇଥିଲା। ଛାତ୍ରୀଙ୍କ ସହିତ ରାତିରେ କୌଣସି ଶିକ୍ଷୟିତ୍ରୀ ନଥିଲେ। ପୁଲିସ ଏହି ମାମଲାରେ ଦୁଇଜଣଙ୍କ ବିରୋଧରେ କେସ୍ ଦାଖଲ କରିଛି। ଏଥିସହିତ ଘଟଣାକୁ ଚପାଇ ଦେବା ପାଇଁ ସ୍ଥାନୀୟ ପୁଲିସ ଉଦ୍ୟମ କରିଥିବାରୁ ଜଣେ ପୁଲିସ ଅଧିକାରୀଙ୍କୁ ବିଦା କରାଯାଇଛି। ସୂଚନା ଅନୁଯାୟୀ, ଗତମାସ ୧୮ ତାରିଖରେ ପୁରକାଜୀ ସହରର ଦୁଇଟି ସ୍କୁଲର ମ୍ୟାନେଜର ଭୋପାର ୧୭ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଜିଜିଏସ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ରାତିରେ ରଖିଥିଲେ।

ସେମାନଙ୍କୁ ଖାଦ୍ୟରେ ନିଶା ମିଶାଇ ଅସଦାଚରଣ କରିଥିଲେ। ପ୍ରାକ୍ଟିକାଲ ବାହାନାରେ ଛାତ୍ରୀଙ୍କୁ ରାତିରେ ଅଟକାଇ ଏଭଳି କାଣ୍ଡ ଭିଆଇଛନ୍ତି। ପୁଲିସ ଏ ସଂପର୍କରେ ସୂଚନା ପାଇଥିଲା। କିନ୍ତୁ ସ୍କୁଲ ମ୍ୟାନେଜରଙ୍କୁ ପୁଲିସ ବଞ୍ଚାଇବାକୁ ଉଦ୍ୟମ କରିଥିଲା। ଏପରିକି ଛାତ୍ରୀମାନଙ୍କୁ ପରୀକ୍ଷାରେ ଫେଲ୍ କରି ଦିଆଯିବ ବୋଲି ‌ଧମକ ଦିଆଯାଇଥିଲା। ଘଟଣା ସଂପର୍କରେ ପରିବାର ସଦସ୍ୟଙ୍କୁ ଜଣାଇଲେ ସେମାନଙ୍କୁ ମାରି ଦିଆଯିବ ବୋଲି ଡରେଇ ଦିଆଯାଇଥିଲା। ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କ ରାତ୍ରି‌ଭୋଜନ ପାଇଁ ଖେଚୁଡ଼ି ପ୍ରସ୍ତୁତ ହୋଇଥିଲା। କିନ୍ତୁ ସ୍କୁଲ ମ୍ୟାନେଜର ତାହାକୁ ନଷ୍ଟ କରିଦେଇ ଆଉ ଥରେ ନୂଆ ଖାଦ୍ୟ ପ୍ରସ୍ତୁତ କରିଥିଲେ। ସେଥିରେ ନିଶା ମିଶାଯାଇଥିବା ଅଭିଯୋଗ ସେମାନେ କରିଛନ୍ତି।

ସୂର୍ଯ୍ୟଦେବ ପବ୍ଲିକ ସ୍କୁଲ, ଭୋପାର ପରିଚାଳକ ଯୋଗେଶ କୁମାର ଏବଂ ଜିଜିଏସ୍ ଇଣ୍ଟରନ୍ୟାସନାଲ ସ୍କୁଲ ପୁରକାଜୀର ଅପରେଟର ଅର୍ଜୁନ ସିଂହଙ୍କ ବିରୋଧରେ ପୋକ୍ସୋ ଆଇନ ଓ ଅନ୍ୟ ଆନୁଷଙ୍ଗିକ ଧାରାରେ ମାମଲା ରୁଜୁ ହୋଇଛି। ଛାତ୍ରୀମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ହୋଇଥିବାରୁ ପୁଲିସ ଏହି ଘଟଣାକୁ ଚପାଇ ଦେବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲା। ମୁଜାଫରନଗର ଏସଏସପି‌ ଅଭିଷେକ ଯାଦବ କହିଛନ୍ତି, ଜଣେ ଛାତ୍ରୀଙ୍କ ବାପାଙ୍କ ଠାରୁ ଅଭିଯୋଗ ମିଳିବା ପରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଜଣେ ପୁଲିସ କର୍ମୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe