Image Source: India Today
ନୂଆଦିଲ୍ଲୀ: ରାଜସ୍ଥାନର ସୁମନ ରାଓଙ୍କୁ ମିସ୍ ଇଣ୍ଡିଆ ୨୦୧୯ ବିଜୟିନୀ ଘୋଷିତ ହୋଇଛନ୍ତି। ଭାବବିହ୍ଵଳ ପରିବେଶରେ ୨୦୧୮ ମିସ୍ ଇଣ୍ଡିଆ ତାମିଲନାଡୁବାସିନୀ ଅନୁକୃତି ବାସ୍ ସୁମନ ରାଓଙ୍କୁ ଉତ୍ତରାଧିକାରୀ ମୁକୁଟ ପିନ୍ଧାଇ ଥିଲେ। ଗତ ବର୍ଷର ଫାଷ୍ଟ୍ ରନର୍ ଅପ୍ ବା ମିସ୍ ଗ୍ରାଣ୍ଡ୍ ଇଣ୍ଡିଆ ହରିୟାଣାର ମୀନାକ୍ଷି ଚୌଧୁରୀ ମଧ୍ୟ ତାଙ୍କର ଉତ୍ତରାଧିକାରିଣୀ ମୁକୁଟ ପିନ୍ଧାଇ ଥିଲେ। ୨୦୧୮ ବର୍ଷର ସେକେଣ୍ଡ୍ ରନର୍ ଅପ୍ ହୋଇଥିବା ଆନ୍ଧ୍ରପ୍ରଦେଶର ଶ୍ରେୟା ରାଓ କାମବରପୁ ମଧ୍ୟ ତାଙ୍କ ଉତ୍ତରାଧିକାରିଣୀଙ୍କୁ ମୁକୁଟ ପିନ୍ଧାଇ ଥିଲେ। ସେ ତେଲେଙ୍ଗାନାର ସଞ୍ଜନା ବିଜ୍ଙ୍କୁ ମୁକୁଟ ପରିଧାନ କରାଇଥିଲେ।
Image Courtesy of India Todayବିହାରର ଶ୍ରେୟା ଶଙ୍କରଙ୍କୁ ୨୦୧୯ ମିସ୍ ଇଣ୍ଡିଆ ୟୁନାଇଟେଡ୍ କଣ୍ଟିନେଣ୍ଟ୍ସ୍ ଏବଂ ଛତିଗଡ଼ର ଶିବାନୀ ଯାଦବଙ୍କୁ ୨୦୧୯ ମିସ୍ ଗ୍ରାଣ୍ଡ୍ ଇଣ୍ଡିଆ ଭାବେ ମୁକୁଟ ପରିଧାନ କରାଯାଇଛି। ସେ ମଧ୍ୟ ପ୍ରଥମ ରନର୍ ଅପ୍ ହୋଇଛନ୍ତି।
ପ୍ରଯୋଜକ କରଣ ଜୋହର୍ ଓ ମନୀଷ ପଲ୍ଙ୍କ ଆୟୋଜିତ ତଥା ବଲିଉଡ୍ର ହିଟ୍ ଗୀତର ତାଳେ ତାଳେ କାଟ୍ରିନା କୈଫ୍ ଏବଂ ଭିକ୍କି କୌଶଳଙ୍କ ନୃତ୍ୟ ମିସ୍ ଇଣ୍ଡିଆ ୨୦୧୯ ସୁନ୍ଦରୀ ପ୍ରତିଯୋଗିତାକୁ କରିଥିଲା ତାରକାମଣ୍ଡିତ। ପୁଣି ସେଥିରେ ଯୋଗ ଦେଇଥିଲେ ମିସ୍ ଓ୍ଵାର୍ଲଡ୍ ୨୦୧୭ ମାନୁଷୀ ଛିଲ୍ଲାର୍।
ହୁମା କୁରେଶୀ, ଦିଆ ମିର୍ଜା, ନେହା ଧୁପିଆ ଏବଂ ଚିତ୍ରାଙ୍ଗଦା ସିଂହଙ୍କ ଭଳି ବଲିଉଡ୍ ରୂପସୀଙ୍କ ଉପସ୍ଥିତି ଏହାକୁ ଆହୁରି ରଙ୍ଗିନ କରିଥିଲା। ଲାଲ୍ ଗାଲିଚାରେ ଆୟୂଷ ଶର୍ମାଙ୍କର ଉପସ୍ଥିତି ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆହୁରି ଉନ୍ନତ କରିଥିଲା।
ମୁକୁଟ ପାଇଁ ବିଭିନ୍ନ ରାଜ୍ୟକୁ ପ୍ରତିନିଧିତ୍ୱ କରି ୩୦ ଜଣ ରୂପସୀ ନାରୀ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
Follow Us