Image Source: TVline
ନୂଆଦିଲ୍ଲୀ: ରବିବାର ରାତିରେ ଆଟ୍ଲାଣ୍ଟା ଠାରେ ଦକ୍ଷିଣ ଆଫ୍ରିକାର ଜୋଜିବିନି ତୁଞ୍ଜି ମିସ୍ ୟୁନିଭର୍ସ ୨୦୧୯ ବିଜୟିନୀ ହୋଇଛନ୍ତି। ମିସ୍ ୟୁନିଭର୍ସ ଟାଇଟଲ୍ ନିମନ୍ତେ ଜୋଜିବିନି ଏବଂ ମାଡିସନ୍ ଆଣ୍ଡର୍ସନ୍ ଦୁଇ ଶୀର୍ଷସ୍ତରୀୟ ପ୍ରତିଯୋଗୀ ବିବେଚିତ ହୋଇଥିଲେ।
୨୦୧୮ର ମିସ୍ ୟୁନିଭର୍ସ କାଟ୍ରିଓନା ଗ୍ରେ ଜୋଜିବିନି ତୁଞ୍ଜିଙ୍କୁ ଆଟଲାଣ୍ଟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁକୁଟ ପିନ୍ଧାଇ ଥିଲେ।
ଏ ବର୍ଷ ଲାଗି ମିସ୍ ୟୁନିଭର୍ସ ମେକ୍ସିକୋ ସେକେଣ୍ଡ୍-ରନର୍ ଅପ୍ ହୋଇଛନ୍ତି।
ଏଥିରେ ଭାରତରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବର୍ତ୍ତିକା ସିଂହ ଶ୍ରେଷ୍ଠ ଦଶ ତାଲିକାରେ ମଧ୍ୟ ରହି ପାରିନାହାନ୍ତି।
Image Source: Hollywoodlife୨୬ ବର୍ଷୀୟ ଜୋଜିବିନି ତୁଞ୍ଜିଙ୍କ ଘର ଦକ୍ଷିଣ ଆଫ୍ରିକାର ସୋଲୋ ଠାରେ। ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଂଗ୍ରାମ କରିବାରେ ସେ ଖୁବ୍ ସକ୍ରିୟ।
ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆ ପ୍ରଦେଶର ରାଜଧାନୀ ଆଟଲଣ୍ଟା ଠାରେ ରବିବାର ରାତିରେ ୨୦୧୯ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୯୦ ଜଣ ଯୁବତୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିନୀମାନେ ସୁଇମ୍ସୁଟ୍, ଇଭିନିଙ୍ଗ୍ ଗାଉନ୍ ଏବଂ ମଞ୍ଚ-ଉପର ପ୍ରଶ୍ନ ଆଦି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ମିସ୍ ୟୁନିଭର୍ସ ସାଉଥ୍ ଆଫ୍ରିକାଙ୍କୁ ମୁକୁଟ ବିଜୟିନୀ କରାଇଥିବା ଚୂଡ଼ାନ୍ତ ପ୍ରଶ୍ନ ଥିଲା: ଆଜିକାର ତରୁଣୀମାନଙ୍କୁ ଆପଣ କି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ଦେବେ?
Follow Us