୬୦ ମହଲାରୁ ଡେଇଁ ମିସ୍ ୟୁଏସ୍ଏ କଲେ ଆତ୍ମହତ୍ୟା

Advertisment
୬୦ ମହଲାରୁ ଡେଇଁ ମିସ୍ ୟୁଏସ୍ଏ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ମିସ୍ ୟୁଏସ୍ -୨୦୧୯ ଚେସଲି କ୍ରିଷ୍ଟଙ୍କ ୩୦ ବର୍ଷ ବୟସରେ ମୃତ୍ୟୁ ହୋଇଛି । ନ୍ୟୁୟର୍କ ସହରର ଏକ ୬୦ ମହଲା କୋଠାରୁ ଖସି ପଡ଼ିବା ପରେ ଗତ ରବିବାର ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଘଟଣା ପରେ ମିସ୍ ୟୁନିଭର୍ସ -୨୦୨୧ ହର୍ନାଜ କୌର ସାନ୍ଧୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଚେସଲିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଗତ ବର୍ଷ ଡିସେମ୍ବରରେ ମିସ୍‌ ୟୁନିର୍ଭସ ବିଜେତା ହେବା ପରେ ହରଜାନ ସାନ୍ଧୁଙ୍କ ସାକ୍ଷାତକାର ନେଇଥିଲେ ଚେସଲି। ହର୍ନାଜ କୌର ସନ୍ଧୁ ଚେସଲି କ୍ରିଷ୍ଟଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, "ଏହି ଖବର ହୃଦୟ ବିଦାରକ ଏବଂ ଅବିଶ୍ବାସନୀୟ। ଆପଣ ସର୍ବଦା ଅନେକଙ୍କ ପାଇଁ ପ୍ରେରଣା ରହିବେ। ଈଶ୍ୱର ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।"

ପ୍ରକାଶିତ ରିପୋର୍ଟ ମୁତାବକ, ବିୟୁଟି କୁଇନ, ଓକିଲ, ଫ୍ୟାସନ ବ୍ଲଗର୍ ଏବଂ ଟିଭି ସମ୍ବାଦଦାତା ଚେସଲି କ୍ରିଷ୍ଟ ଜାନୁଆରି ୩୦ରେ ନ୍ୟୁୟର୍କ ସହରର ୬୦ ମହଲା ଏକ କୋଠାରୁ ଖସିପଡିଥିଲେ। ଏହା ପରେ ତାଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା।

କୋଠାର ୯ମ ମହଲାରେ ରହୁଥିବା ଚେସଲିଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଛି। ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଡାକ୍ତରମାନେ ଚେସଲି କ୍ରିଷ୍ଟଙ୍କ ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ତାହା ସ୍ପଷ୍ଟ କରି ନାହାନ୍ତି। ପୁଲିସ ମୃତେଦହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଚେସଲିଙ୍କ ହଠାତ୍‌ ଏଭଳି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କେହି ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ବାସ କରି ପାରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe