ମିସ୍‌ ଜାମାଇକା ଟୋନି-ଆନ୍‌ ସିଂହ ହେଲେ ‘ମିସ୍‌ ଓ୍ଵାର୍ଲଡ୍‌ ୨୦୧୯’; ଭାରତର ସୁମନ ରାଓ ଦ୍ୱିତୀୟ ରନର୍‌-ଅପ୍‌

Advertisment
ମିସ୍‌ ଜାମାଇକା ଟୋନି-ଆନ୍‌ ସିଂହ ହେଲେ ‘ମିସ୍‌ ଓ୍ଵାର୍ଲଡ୍‌ ୨୦୧୯’; ଭାରତର ସୁମନ ରାଓ ଦ୍ୱିତୀୟ ରନର୍‌-ଅପ୍‌

Image Courtesy of Hindustan Times

ନୂଆଦିଲ୍ଲୀ: ଶନିବାର ଦିନ ଲଣ୍ଡନର ଏକ୍ସସେଲ୍‌ ଠାରେ ଅନୁଷ୍ଠିତ ସୁନ୍ଦରୀ ପ୍ରତିଯୋଗିତାରେ ଜାମାଇକାର ଟୋନି-ଆନ୍‌ ସିଂହ ମିସ୍‌ ଓ୍ଵାର୍ଲଡ୍‌ ୨୦୧୯ ଘୋଷିତ ହୋଇଛନ୍ତି। ମିସ୍‌ ଓ୍ଵାର୍ଲଡ୍‌ ୨୦୧୮ ହୋଇଥିବା ମେକ୍ସିକୋର ଭାନେସା ପୋନ୍‌ସ୍‌ ମଞ୍ଚ ଉପରେ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଫ୍ରାନ୍‌ସ୍‌ର ଓଫେଲି ମେଜିନୋ ଏବଂ ଭାରତର ସୁମନ ରାଓ ଏହି ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ରନରର୍ସ-ଅପ୍‌ ହୋଇଛନ୍ତି।

ରାଜସ୍ଥାନର ୨୦ ବର୍ଷୀୟ ସୁମନ ରାଓ ଜୁନ୍‌ ମାସରେ ଅନୁଷ୍ଠିତ ପ୍ରତିଯୋଗିତାରେ ମିସ୍‌ ଇଣ୍ଡିଆ ୨୦୧୯ ମୁକୁଟ ବିଜୟିନୀ ହୋଇଥିଲେ। ଜଣେ ଅଭିନେତ୍ରୀ ହେବାକୁ ଆଶାପୋଷଣ କରିଥିବା ସୁମନ ସମ୍ପ୍ରତି ମଡେଲ୍‌ କାମ କରିବା ସହ ପଢ଼ାପଢ଼ି କରୁଛନ୍ତି।

publive-image Image Source: India Today

ଏକ୍ସସେଲ୍‌ ଠାରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାର ପ୍ରଶ୍ନ ଏବଂ ଉତ୍ତର ପର୍ଯ୍ୟାୟରେ ଶ୍ରେଷ୍ଠ ପାଞ୍ଚଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଅନୁଷ୍ଠାନର ମୁଖ୍ୟ ବିଚାରକ ଥିଲେ ବ୍ରିଟିସ୍‌ ବ୍ରୋଡ୍‌କାଷ୍ଟର୍‌ ପିୟର୍ସ ମୋର୍‌ଗାନ୍‌। ସେ ହିଁ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚାରିଥିଲେ।

ମିସ୍‌ ଓ୍ଵାର୍ଲଡ୍‌ ୨୦୧୯ ଥିଲା ଏହି ସୁନ୍ଦରୀ ପ୍ରତିଯୋଗିତାର ୬୯ତମ ସଂସ୍କରଣ ଏବଂ ଏଥିରେ ୧୨୦ଟି ଦେଶର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ।

ଲଣ୍ଡନ ଠାରେ ନଭେମ୍ବର ୨୦ ତାରିଖ ଦିନ ମିସ୍‌ ଓ୍ଵାର୍ଲଡ୍‌ ୨୦୧୯ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। କେତେଗୁଡ଼ିଏ ଫାଷ୍ଟ୍‍-ଟ୍ରାକ୍‌ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ଚୂଡ଼ାନ୍ତ ପର୍ଯ୍ୟାୟ ନିମନ୍ତେ ପ୍ରତିଯୋଗୀମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚୟନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe