ଡୋନେସ୍କରେ ମିସାଇଲ୍‌ ମାଡ଼, ୨୩ ମୃତ

ଡୋନେସ୍କରେ ମିସାଇଲ୍‌ ମାଡ଼, ୨୩ ମୃତ

The Moscow Times

କିବ୍‌ : ପୂର୍ବ ୟୁକ୍ରେନ୍‌ର ବିଚ୍ଛିନତାବାଦୀ ଅଞ୍ଚଳ ଡୋନେସ୍କରେ ଆଜି ମିସାଇଲ୍‌ ମାଡ଼ ଯୋଗୁଁ ପ୍ରାୟ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ୟୁକ୍ରେନ୍‌ର ମିସାଇଲ୍‌ ମାଡ଼ରେ ଏହି ମୃତ୍ୟୁ ହୋଇଛି ବୋଲି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କିନ୍ତୁ ୟୁକ୍ରେନ୍‌ ରୁଷ୍‌ର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି। ଉଲ୍ଲେଖଯୋଗ୍ୟ ଯେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତମାସରେ ‌ଡୋନେସ୍କ ଏବଂ ଲୁହାନସ୍କକୁ ସ୍ବାଧୀନ ଘୋଷଣା କରିଥିଲେ। ଅନ୍ୟପ‌କ୍ଷେ ଡୋନେସ୍କ ଏବଂ ଲୁହାନସ୍କ ନିକଟରେ କିଛି ନୂଆ ଅଞ୍ଚଳକୁ ରୁଷ୍‌ ନିଜ ନିୟନ୍ତ୍ରଣକୁ ନେଇଥିବା ଜଣାପଡ଼ିଛି। ଲୋକ ଏଟିଏମ୍‌ ଆଗରେ ଏବଂ ବସ୍‌ ଷ୍ଟପ୍‌ ନିକଟରେ ଠିଆ ହୋଇଥିବା ସମୟରେ ମିସାଇଲ୍‌ ମାଡ଼ ହୋଇଥିଲା। ଫଳରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କିଛି ଶିଶୁ ବି ଅଛନ୍ତି। ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଆଜି ଚତୁର୍ଥ ରାଉଣ୍ଡ କଥାବାର୍ତ୍ତା ହୋଇଛି। କିନ୍ତୁ ଏହା ଅଧାରୁ ସ୍ଥଗିତ ରହିଛି। ଆସନ୍ତାକାଲି ଏହି କଥାବାର୍ତ୍ତା ପୁଣି ହେବ। ଡୋନେସ୍କକୁ ରୁଷ୍‌ ସ୍ବାଧୀନ ଅଞ୍ଚଳ ଘୋଷଣା କରିଥିବାରୁ ଏଠାରେ ଅନେକ ବିଶୃଙ୍ଖଳା ଦେଖାଦେଇଛି। ତେବେ ଏହି ଅଞ୍ଚଳକୁ ରୁଷ୍‌ ସୁରକ୍ଷା ଯୋଗାଇ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe