ତେହେରାନ: ମଧ୍ୟପ୍ରାଚ୍ୟରେ ସକାଳୁ ସକାଳୁ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଭୟଙ୍କର ରୂପ ନେଇସାରିଛି। କ୍ଷେପଣାସ୍ତ୍ର ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଘର ଧ୍ୱଂସ ହୋଇଯାଇଛି। ଖମିନି ବର୍ତ୍ତମାନ ତେହେରାନରେ ନାହାଁନ୍ତି, ତାଙ୍କୁ ଏକ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣାପଡ଼ିଛି।

Advertisment

ଇସ୍ରାଏଲୀ ସୂତ୍ରଗୁଡ଼ିକ ମଧ୍ୟ ଦାବି କରିଛନ୍ତି ଯେ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କୁ ଟାର୍ଗେଟ କରିବାକୁ ଏକ ପ୍ରୟାସ କରାଯାଇଥିଲା, କିନ୍ତୁ ଏହି ପ୍ରୟାସ ସଫଳ ହୋଇଛି କି ନାହିଁ ତାହା ସ୍ପଷ୍ଟ ନୁହେଁ। ଶନିବାର ଦିନ ରାଜଧାନୀ ତେହେରାନର ସହରାଞ୍ଚଳରେ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା, ଯାହା ପରେ ଇସ୍ରାଏଲ ସ୍ପଷ୍ଟ କରିଥିଲା ଯେ ଏହା ଆମେରିକା ଓ ଇସ୍ରାଏଲର ଏକ ମିଳିତ ସାମରିକ ଅଭିଯାନ ଥିଲା।

ଆହୁରି ପଢ଼ନ୍ତୁ: Farmers Demand: ଯାଜପୁରରେ ସାମ୍ବାଦିକ ସମ୍ମିଳନୀ: କୃଷକ ଏକତା ଗଣ ପଦଯାତ୍ରା ପାଇଁ ଡାକରା

ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଇରାନର ପ୍ରାୟ ୩୦ ଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ଏଥିରେ ସାମରିକ ଓ ଗୁପ୍ତଚର ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ। କିଛି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଆକ୍ରମଣ ସମୟରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ବାସଭବନ ଓ ଏକ ଗୁପ୍ତଚର ମୁଖ୍ୟାଳୟକୁ ମଧ୍ୟ ଟାର୍ଗେଟ କରାଯାଇଥିଲା, କିନ୍ତୁ ଏହି ଦାବିଗୁଡ଼ିକୁ ଇରାନ ଦ୍ୱାରା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇ ନାହିଁ।