Image Courtesy of NDTV
ମସ୍କୋ: ରୁଷୀୟ ଅଞ୍ଚଳରେ ଆକ୍ରମଣ କରୁଥିବାରୁ ୟୁକ୍ରେନୀୟ ରାଜଧାନୀ କିବ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ତୀବ୍ରତର ହେବ ବୋଲି ଆଜି ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟ ସତର୍କ କରାଇ ଦେଇଛି। ରୁଷ୍ ସୀମାନ୍ତରେ ଥିବା ନଗରୀଗୁଡ଼ିକରେ ୟୁକ୍ରେନ୍ ଆକ୍ରମଣ କରୁଛି ବୋଲି ରୁଷ୍ ଦୋଷାରୋପ କରିଛି।
ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଗୁରୁବାର ରାତିରେ ରୁଷୀୟ ସୈନିକମାନେ କାଲିବର୍ ‘ସି-ବେସ୍ଡ୍ ଲଙ୍ଗ୍-ରେଞ୍ଜ୍ ମିସାଇଲ୍’ ବ୍ୟବହାର କରି କିବ୍ ବାହାରେ ଥିବା ଏକ ସାମରିକ କାରଖାନା ଉପରେ ଆକ୍ରମଣ କରିଛି।
ଏହି ଆକ୍ରମଣ ଫଳରେ ଝୁଲିୟାନ୍ସ୍କି ମେସିନ୍ ନିର୍ମାଣ କାରଖାନା ‘ଭିଜାର୍’ ଧ୍ବଂସ ହୋଇଯାଇଛି। ସେଠାରେ ‘ଲଙ୍ଗ୍-ରେଞ୍ଜ୍’ ଏବଂ ‘ମିଡିୟମ୍-ରେଞ୍ଜ୍ ଆଣ୍ଟି-କ୍ରାଫ୍ଟ ମିସାଇଲ୍ ସିଷ୍ଟମ୍’ ତଥା ‘ଆଣ୍ଟି-ସିପ୍ ମିସାଇଲ୍’ ଉତ୍ପାଦନ ଓ ମରାମତି କାରଖାନା ଥିଲା।
Image Courtesy of The Guardianମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ରୁଷ୍ର ‘ଏସ୍-୪୦୦ ମିସାଇଲ୍ ସିଷ୍ଟମ୍’ ଗୋଟିଏ ୟୁକ୍ରେନୀୟ ‘ଏମ୍ଆଇ-୮ ହେଲିକପ୍ଟର୍’କୁ ଗୁଳି କରି ଖସାଇ ଦେଇଛି। ଏହି ହେଲିକପ୍ଟର୍ ଏପ୍ରିଲ୍ ୧୪ ତାରିଖରେ ବ୍ରିୟାନ୍ସ୍କ ଅଞ୍ଚଳର କ୍ଲିମୋଭୋରେ ସାଧାରଣ ନାଗରିକମାନଙ୍କୁ ଉପରେ ଆକ୍ରମଣ କରୁଥିଲା।
ଗୁରୁବାର ଦିନ ମସ୍କୋ କହିଥିଲା ଯେ, ୟୁକ୍ରେନ୍ ରୁଷ୍ର ବ୍ରିୟାନ୍ସ୍କ ଅଞ୍ଚଳରେ ବୋମା ପକାଇବା ପାଇଁ ୟୁକ୍ରେନ୍ ହେଲିକପ୍ଟର୍ ପଠାଉଛି। ସେଦିନ ରୁଷ୍ର ବେଲଗୋରୋଦ୍ ଅଞ୍ଚଳର ମୁଖ୍ୟ ମଧ୍ୟ କହିଥିଲେ ଯେ, ୟୁକ୍ରେନ୍ ସୀମାନ୍ତକୁ ଲାଗିଥିବା ଗ୍ରାମରେ ୟୁକ୍ରେନ୍ ବୋମା ଫିଙ୍ଗୁଥିବାରୁ ବାସିନ୍ଦାମାନଙ୍କୁ ସ୍ଥାନାନ୍ତରଣ କରାଯାଇଛି।
କିନ୍ତୁ, କିବ୍ ହେଲିକପ୍ଟର୍ ପଠାଯିବା କଥାକୁ ଅସ୍ବୀକାର କରିଛି। ୟୁକ୍ରେନ୍ ବିରୋଧୀ ପ୍ରଚାର ପାଇଁ ରୁଷ୍ ଏ ଭଳି କଥା କହୁଛି ବୋଲି କିବ୍ ସଫେଇ ଦେଇଛି।
Follow Us