ଇସ୍ରାଏଲ ଉପରକୁ କ୍ଷେପଣାସ୍ତ୍ର ମାଡ଼ କଲା ହୁତି

Advertisment

ଗତରାତିରେ କେନ୍ଦ୍ରୀୟ ଇସ୍ରାଏଲକୁ ଟାର୍ଗେଟ୍‌ କରି ୟେମେନରୁଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଥିବା ବେଳେ ଏହାକୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଟକାଇବାରେ ସକ୍ଷମ ହୋଇଛି।

ଗତରାତିରେ କେନ୍ଦ୍ରୀୟ ଇସ୍ରାଏଲକୁ ଟାର୍ଗେଟ୍‌ କରି ୟେମେନରୁଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଥିବା ବେଳେ ଏହାକୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଟକାଇବାରେ ସକ୍ଷମ ହୋଇଛି।

gdjgdjgjg

ତେଲ୍‌ ଅବିବ୍‌: ଇରାନ ସମର୍ଥନରେ ବଳୀୟାନ ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲା ସହ ହାତ ମିଳାଇଥିବା  ୟେମେନର ହୁତି ବିଦ୍ରୋହୀମାନେ  ଇସ୍ରାଏଲକୁ ଟାର୍ଗେଟ୍‌ କରିଛନ୍ତି। ଗତରାତିରେ କେନ୍ଦ୍ରୀୟ ଇସ୍ରାଏଲକୁ ଟାର୍ଗେଟ୍‌ କରି ୟେମେନରୁଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଥିବା ବେଳେ ଏହାକୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଟକାଇବାରେ ସକ୍ଷମ ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ  (ଆଇଡିଏଫ୍‌) କହିଛି ଯେ ଏହି କ୍ଷେପଣାସ୍ତ୍ରକୁ ଦେଶର ସୀମା ବାହାରେ ହିଁ ଦୀର୍ଘ ଦୂରତାରେ ଅଟକାଇ ଦିଆଯାଇଥିଲା । ଏବେ ଲେବାନନ୍‌, ସିରିୟା ଓ ୟେମେନରୁ ଇସ୍ରାଏଲ ଉପରେ ଆକ୍ରମଣ ହେଉଥିବାରୁ ଇସ୍ରାଏଲ ନିଜ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ ସୁଦୃଢ଼ କରିଛି । 

ଇସ୍ରାଏଲ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ଯୁଦ୍ଧ ସମୟରେ ଏରୋ ସିଷ୍ଟମ ସର୍ବାଧିକ ଆଲର୍ଟରେ ରହିଛି ଏବଂ ଏଥିପାଇଁ ଇସ୍ରାଏଲର ପ୍ରମୁଖ ସହର ସୁରକ୍ଷିତ ରହିଛି। ଗାଜାରେ ଚାଲିଥିବା ସଂଘର୍ଷ ମଧ୍ୟରେ ଇସ୍ରାଏଲ ବିରୋଧରେ ୟେମେନର ହୁତି ବିଦ୍ରୋହୀମାନେ ଆଉ ଏକ ମୋର୍ଚ୍ଚା ଖୋଲିବାକୁ ଉଦ୍ୟମ କରୁଥିବା ବେଳେ ଏହି ସଦ୍ୟତମ ଆକ୍ରମଣ ହୋଇଛି। ଅନ୍ୟପକ୍ଷରେ ଇସ୍ରାଏଲ- ଲେବାନନ୍‌ ସୀମାରେ ହେଜବୁଲ୍ଲାର ରକେଟ୍‌ ମାଡ଼ ଜାରି ରହିଛି ଏବଂ ଇସ୍ରାଏଲ ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe