ମିଳିଲେ ନିଖୋଜ ‘ଆପ୍‌’ ପ୍ରାର୍ଥୀ; ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚି ପ୍ରତ୍ୟାହାର କଲେ ପ୍ରାର୍ଥୀପତ୍ର

ମିଳିଲେ ନିଖୋଜ ‘ଆପ୍‌’ ପ୍ରାର୍ଥୀ; ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚି ପ୍ରତ୍ୟାହାର କଲେ ପ୍ରାର୍ଥୀପତ୍ର

ନୂଆଦିଲ୍ଲୀ: ଗତକାଲିଠାରୁ ନିଖୋଜ ବୋଲି କୁହାଯାଉଥିବା ଗୁଜରାଟ ‘ଆପ୍‌’ ପ୍ରାର୍ଥୀ କଞ୍ଚନ ଜରିୱାଲା ଆଜି ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ବୋଲି ‘ଆପ୍‌’ କହିଛି।

ମଙ୍ଗଳବାର ସନ୍ଧ୍ୟା ବେଳଠାରୁ ସେ ଓ ତାଙ୍କର ପରିବାର ସଦସ୍ୟଙ୍କର ପତ୍ତା ମିଳୁନାହିଁ ବୋଲି ଆଜି ‘ଆପ୍‌’ ନେତାମାନେ କହିବା ସହିତ ‘ବିଜେପି’ ତାଙ୍କୁ ଅପରହଣ କରି ନେଇଥିବା ଦାବି କରିଥିଲେ। ଗୁଜରାଟ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯିବା ଲାଗି ମଧ୍ୟ ତାଙ୍କ ବାଧ୍ୟ କରାଯାଉଛି ବୋଲି ଅରବିନ୍ଦ କେଜ୍ରିୱାଲ୍‌ ଓ ମନୀଷ ସିସୋଦିଆଙ୍କ ସମତେ ଅନ୍ୟ ‘ଆପ୍‌’ ନେତାମାନେ ଅଭିଯୋଗ କରିଥିଲେ।

publive-image Image Grabbed from Video

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ଏବେ କେନ୍ଦ୍ରୀୟ ନିର୍ବାଚନ ଆୟୋଗକୁ ଯାଉଛି। ଗୁଣ୍ଡାଙ୍କ ବଳରେ ‘ବିଜେପି’ ସୁରତ (ପୂର୍ବ) ଆସନର ପ୍ରାର୍ଥୀ କଞ୍ଚନ ଜରୀୱାଲାଙ୍କୁ ଅପରହଣ କରାଇବା ସହିତ ପୁଲିସ ବଳରେ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଇଛି। ଏଭଳି ପରିସ୍ଥିତିରେ ନିର୍ବାଚନର ଆଉ କି ଅର୍ଥ ରହିଲା?

ଜରୀୱାଲାଙ୍କୁ ୫୦୦ରୁ ଊର୍ଦ୍ଧ୍ବ ପୁଲିସ ଘେରି ରହିଛନ୍ତି ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଲାଗି ତାଙ୍କୁ ବାଧ୍ୟ କରାଯାଇଛି ବୋଲି ସିସୋଦିଆ ଅଭିଯୋଗ କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ଗୁଜରାଟ ସୁରତ (ପୂର୍ବ) ଆସନ ପାଇଁ ଆମ ପ୍ରାର୍ଥୀଙ୍କୁ ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ଙ୍କ କାର୍ଯ୍ୟାଳୟକୁ ଅଣାଯାଇଛି। ତାଙ୍କୁ ୫୦୦ରୁ ଅଧିକ ପୁଲିସ ବେଢ଼ିଛନ୍ତି। ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଲାଗି ତାଙ୍କୁ ବାଧ୍ୟ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe