କର୍ଣ୍ଣାଟକ ବିଧାନସଭାରେ ଉଷ୍ମ ବାତାବରଣ: ଦୁଇ ନିଖୋଜ ବିଧାୟକଙ୍କୁ ଜବରଦସ୍ତ ଭିଡି ନେଲେ କଂଗ୍ରେସ ବିଧାୟକ

Advertisment
କର୍ଣ୍ଣାଟକ ବିଧାନସଭାରେ ଉଷ୍ମ ବାତାବରଣ: ଦୁଇ ନିଖୋଜ ବିଧାୟକଙ୍କୁ ଜବରଦସ୍ତ ଭିଡି ନେଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତି ଉପରେ ଏବେ ସମସ୍ତଙ୍କର ନଜର ରହିଛି। ଆସ୍ଥା ଭୋଟ ପୂର୍ବରୁ ନିଖୋଜ ଥିବା କଂଗ୍ରେସର ଦୁଇ ବିଧାୟକ ଆନନ୍ଦ ସିଂହ ଓ ପ୍ରତାପ ଗୌଡ଼ା ବେଙ୍ଗାଲୁରୁର ହୋଟେଲ ଗୋଲ୍ଡ ଫିଞ୍ଚରେ ଥିବା ଖବର ମିଳିଥିଲା। ଏହି ଖବର ମିଳିବା ପରେ କର୍ଣ୍ଣାଟକ ପୁଲିସ ଏହି ହୋଟେଲ୍‌କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖିଥିଲେ। ଏହାପରେ କଡ଼ା ସୁରକ୍ଷା ମଧ୍ୟରେ ଏଇ ଦୁଇ ବିଧାୟକଙ୍କୁ କର୍ଣ୍ଣାଟକ ବିଧାନସୌଧ ଅଭିମୁଖେ ନିଆଯାଇଥିଲା। ବିଜେପି ବିଧାୟକ ଏଚ.ଆର୍‌ ବିଶ୍ୱନାଥ ଓ ହରୀଶ ଫୁଜ ପ୍ରତାପ ଗୌଡ଼ା ପାଟିଲ୍‌ଙ୍କୁ ବିଧାନସୌଧ ଭିତରକୁ ନେଇଥିଲେ। ବିଧାୟକ ପ୍ରତାପଗୌଡାଙ୍କୁ ନେଇ ସେ ଦୁଇଜଣ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପାଙ୍କ କୋଠରୀକୁ ନେବା ବେଳେ ତାଙ୍କୁ କଂଗ୍ରେସ ବିଧାୟକ ତୁକାରାମ ଓ ରବି ବିଜେପି ବିଧାୟକଙ୍କ ନିକଟରୁ ଜୋର୍‌ଜବରଦସ୍ତ ଟାଣି ନେଇଥିଲେ। ସୁରକ୍ଷା ବଳୟ ଭିତରେ ଥିଲେ ବି ପ୍ରତାପ ଗୌଡ଼ା ପାଟିଲ୍‌ଙ୍କୁ ସେମାନେ ଭିଡି ନେଇଥିଲେ।

ଉଲ୍ଲେଖଯୋଗ୍ୟ କି, ଏଇ ଦୁଇ କଂଗ୍ରେସ ବିଧାୟକଙ୍କୁ ଆଜି ସକାଳେ ମୁମ୍ବାଇରୁ ଏକ ଚାଟର୍ଡ ଫ୍ଲାଇଟରେ ବେଙ୍ଗାଲୁରୁ ଅଣାଯାଇଥିଲା ବୋଲି ଜଣାପଡ଼ିଛି। ତେବେ କଂଗ୍ରେସ ପକ୍ଷରୁ କୁହାଯାଇଛି କି ଏଇ ଦୁଇ ବିଧାୟକ ଆସ୍ଥା ଭୋଟ ସମୟରେ କଂଗ୍ରେସକୁ ସମର୍ଥନ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe