ଅମଲାଙ୍କ ଦକ୍ଷତା ବଢ଼ାଇବ ମିସନ୍ କର୍ମଯୋଗୀ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହେବ ପରିଷଦ

Advertisment
‘କୋଭିଡ୍‌ ଲଢ଼େଇରେ ମୋଦୀଙ୍କ ଅନୁକୂଳ ଉଦ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛି’

Image Courtesy of Hindustan Times

ନୂଆଦିଲ୍ଲୀ : ପ୍ରଶାସନିକ ସେବାରେ ଥିବା ଅଧିକାରୀମାନଙ୍କ ଦକ୍ଷତା ବଢ଼ାଇବା ପାଇଁ କେନ୍ଦ୍ର ସରକାର ମିସନ୍ କର୍ମଯୋଗୀ ନାମରେ ‌ଏକ ଯୋଜନା ଆରମ୍ଭ କରିବେ। ଏହି ଯୋଜନାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମଞ୍ଜୁରି ମିଳିଛି। ସରକାରୀ ସ୍ତରରେ ଏହା ସବୁଠୁ ବଡ଼ ମାନବ ସମ୍ବଳ ବିକାଶ କାର୍ଯ୍ୟକ୍ରମ ବୋଲି କ୍ୟାବିନେଟ୍‌ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବୋଚ୍ଚ ସ୍ତରରେ ଏକ ପରିଷଦ ରହିବ। ଉକ୍ତ ପରିଷଦରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ କେତେଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ହେବେ। ଏଥିସହିତ ଶିକ୍ଷାବିତ୍, ଅନ୍ତର୍ଜାତୀୟସ୍ତରର ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷ ଆଦିଙ୍କୁ ଉକ୍ତ ପରିଷଦରେ ନିଆଯିବ। ପ୍ରଶାସନିକ ଅଧିକାରୀମାନେ କିଭଳି ହେବା ଉଚିତ ତାହା ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ରହିବ। ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ଏବଂ ବିଶ୍ବର ଚ୍ୟାଲେଞ୍ଜକୁ ସାମ୍ନା କରିବା ଲାଗି ପ୍ରଶାସନିକ ଅଧିକାରୀମାନେ କିଭଳି ପ୍ରଗତିଶୀଳ, ସ୍ବଚ୍ଛ, ଭଦ୍ର, ସୃଜନଶୀଳ, ଚିନ୍ତାଶୀଳ ଆଦି ଗୁଣର ଅଧିକାରୀ ହେବେ ତାହା ଏହି ମିସନରେ ଶିକ୍ଷା ପ୍ରଦାନ କରାଯିବ। ସେକ୍ସନ ଅଫିସରଙ୍କଠାରୁ ଆରମ୍ଭ କରି ସଚିବ ସ୍ତରର ଅଧିକାରୀମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଏଥିସହିତ ଆଜି କ୍ୟାବିନେଟ୍‌ ବୈଠକରେ ୩ଟି ବୁଝାମଣାପତ୍ର (ଏମଓୟୁ)କୁ ମଧ୍ୟ ମଞ୍ଜୁରି ଦିଆଯାଇଛି। ପ୍ରଥମ ଏମଓୟୁଟି ଜାପାନ ସହିତ ବୟନଶିଳ୍ପ ମନ୍ତ୍ରାଳୟର ହୋଇଥିବାବେଳେ ଦ୍ବିତୀୟଟି ଫିନଲାଣ୍ଡ ସହିତ ଖଣି ମନ୍ତ୍ରାଳୟର ଏବଂ ତୃତୀୟଟି ହେଲା ଡେନମାର୍କ ସହିତ ଅକ୍ଷୟଶକ୍ତି ମନ୍ତ୍ରାଳୟର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe