ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି :ଗସ୍ତ ରେକର୍ଡ ସୁରକ୍ଷିତ ରଖିବାକୁ ପଂଜାବ ହାଇକୋର୍ଟଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ

Advertisment

ପରବର୍ତ୍ତୀ ଶୁଣାଣି ସୋମବାର, ଏନ୍‌ଆଇଏକୁ ତଦନ୍ତ ଦାୟିତ୍ବ ଦେବାକୁ ଆବେଦନକାରୀଙ୍କ ଦାବି

ପରବର୍ତ୍ତୀ ଶୁଣାଣି ସୋମବାର, ଏନ୍‌ଆଇଏକୁ ତଦନ୍ତ ଦାୟିତ୍ବ ଦେବାକୁ ଆବେଦନକାରୀଙ୍କ ଦାବି

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି :ଗସ୍ତ ରେକର୍ଡ ସୁରକ୍ଷିତ ରଖିବାକୁ ପଂଜାବ ହାଇକୋର୍ଟଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ

lokmat.com, india today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ବେଳେ ସୁରକ୍ଷାରେ ହୋଇଥିବା ବଡ଼ ଧରଣର ତ୍ରୁଟି ମାମଲାରେ ଆଜି ସୁପ୍ରିମ୍‌ କୋର୍ଟରେ ଶୁଣାଣି ହୋଇଛି । ଏହି ମାମଲାରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପୃଥକ କମିଟି ଗଠନ କରିଥିବାରୁ ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିବ ବୋଲି ପ୍ରଧାନ ବିଚାରପତି ଏନ୍‌ଭି ରମଣାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସା ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ପଂଜାବ ଏବଂ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂପର୍କିତ ସମସ୍ତ ରେକର୍ଡ ସୁରକ୍ଷିତ ରଖିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ରୁଟ୍‌ ସଂକ୍ରାନ୍ତ ସମସ୍ତ ତଥ୍ୟ ଏବଂ ଏ ବାବଦରେ ଅଧିକାରୀଙ୍କ ମଧ୍ୟରେ ଯୋଗାଯୋଗ ସଂପର୍କିତ ତଥ୍ୟ ମଧ୍ୟ ସଂରକ୍ଷିତ ରହିବ। ପରବର୍ତ୍ତୀ ସମୟରେ ଏହାର ପୁଙ୍ଖାନୁପୁଙ୍ଖ ସମୀକ୍ଷା ହେବ ବୋଲି କୋର୍ଟ କହିଛନ୍ତି। କୋର୍ଟ ପଂଜାବ ସରକାର, ପଜାବ ପୁଲିସ, ଏସ୍‌ପିଜି ଏବଂ ଅନ୍ୟ ଏଜେନ୍ସିମାନଙ୍କୁ ରେଜଷ୍ଟ୍ରାର ଜେନେରାଲଙ୍କୁ ଜରୁରୀ ତଥ୍ୟ ଦେବାପାଇଁ କହିଛନ୍ତି। ଏନ୍‌ଆଇଏ ମଧ୍ୟ ଏହି ମାମଲାରେ ସହଯୋଗ କରିବାକୁ କୁହାଯାଇଛି। କେନ୍ଦ୍ର ଏବଂ ପଂଜାବ ସରକାରଙ୍କ ଯାଞ୍ଚ କମିଟି ସୋମବାର ଦିନ ହେବାକୁ ଥିବା ଶୁଣାଣି ପରେ ସେହି ଆଧାରରେ ଯାଞ୍ଚ ପ୍ରକ୍ରିୟା ଆଗକୁ ବଢ଼ାଇବେ ଏବଂ ପରବର୍ତ୍ତୀ ଶୁଣାଣିର ନିଷ୍ପତ୍ତି ମୁତାବକ ଯାଞ୍ଚ ଜାରି ରଖିବେ ବୋଲି ଖଣ୍ଡପୀଠ କହିଛନ୍ତି।

ସୁପ୍ରିମ୍‌ କୋର୍ଟ ଆଜି ଡିଜିପି ଚଣ୍ଡିଗଡ଼ ଏବଂ ଏନ୍‌ଆଇଏର ଜଣେ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେବାକୁ କହିଛନ୍ତି। ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଏକ ଗମ୍ଭୀର ପ୍ରସଙ୍ଗ ଏବଂ ରାଜ୍ୟ ଓ କେନ୍ଦ୍ର ସରକାର ଏହି ମାମଲାରେ ନିଜେ ନିଷ୍ପତ୍ତି ନେବା ଆବଶ୍ୟକ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲାରେ ହୋଇଥିବା ଜନସ୍ବାର୍ଥ ମାମଲାର ଆବେଦନକାରୀଙ୍କ ଓକିଲ ମନିନ୍ଦର ସିଂହ କହିଛନ୍ତି ଯେ ଏହା କେବଳ ଏକ ଆଇନ ଶୃଙ୍ଖଳା ପ୍ରସଙ୍ଗ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଏସ୍‌ପିଜି ଅଧିନିୟମ ଅଧୀନ ପ୍ରସଙ୍ଗ ଏବଂ ଏହା ଏକ ବୈଧାନିକ ଦାୟିତ୍ବ। ଏଥିରେ ସାମାନ୍ୟତମ ଅବହେଳା ବରଦାସ୍ତ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ପୁଲିସ ଏହି ମାମଲାରେ କୌଣସି ଯାଞ୍ଚ କରିପାରିବ ନାହିଁ ଏବଂ ଏନ୍‌ଆଇଏକୁ ତୁରନ୍ତ ତଦନ୍ତ ଭାର ଦିଆଯିବାକୁ ମନିନ୍ଦର ସୁପ୍ରିମ୍‌ କୋର୍ଟରେ ଯୁକ୍ତି ରଖିଛନ୍ତି।

ସତଲୁଜରୁ ମିଳିଲା ପାକିସ୍ତାନୀ ନୌକା

ମୋଦୀଙ୍କ କାର୍‌କେଡ୍‌ ଫସିଥିବା ସ୍ଥାନରୁ ୫୦ କିମି ଦୂରରେ ଠାବ

publive-image

ନୂଆଦିଲ୍ଲୀ: ପଂଜାବର ଫିରୋଜପୁରରେ ସୀମା ସୁରକ୍ଷା ବାହିନୀ ସତଲୁଜ ନଦୀରୁ ଏକ ପାକିସ୍ତାନୀ ନୌକା ଜବତ କରିଛି। ଜବତ ସମୟରେ ଏହି ନୌକା ଖାଲିଥିଲା । ଏହି ନୌକା କେବେ ଆସିଥିଲା, ଏଥିରେ କେଉଁମାନେ ଆସିଥିଲେ ଓ ସେମାନଙ୍କ ଉଦ୍ଦେଶ୍ୟ କ’ଣ ଥିଲା ସେ ନେଇ ଯାଞ୍ଚ ଆରମ୍ଭ ହୋଇଯାଇଛି ।

ଯେଉଁ ସ୍ଥାନରୁ ଏହି ବୋଟ୍‌ ମିଳିଛି ସେଠାରେ ପାକିସ୍ତାନରୁ ଫେରିଥିବା ନୌକା ହିଁ ରହିପାରିବ। ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ଗସ୍ତ ସମୟରେ ସୁରକ୍ଷାରେ ତ୍ରୁଟି ଯୋଗୁଁ ତାଙ୍କ କାର୍‌କେଡ୍‌ ଏକ ଫ୍ଲାଏଓଭରରେ ୨୦ ମିନିଟ୍‌ ଫସିଥିଲା। ନୌକା ମିଳିଥିବା ସ୍ଥାନଠାରୁ ଏହା ୫୦ କିମି ଦୂର ବୋଲି ଜଣାପଡ଼ିଛି। ପାକ୍‌ ସୀମାକୁ ଲାଗିଥିବା ଫିରୋଜପୁର ଏକ ସମ୍ବେଦନଶୀଳ ଅଂଚଳ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ସୀମାଠାରୁ ମାତ୍ର ୧୦ କିମି ଦୂର ଫ୍ଲାଏଓଭରରେ ୨୦ ମିନିଟ୍‌ ଧରି ଫସି ରହିବା ଏକ ଗୁରୁତର ମାମଲା ବୋଲି କେନ୍ଦ୍ରୀୟ ଯାଞ୍ଚ କମିଟି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe