ସଂସଦରେ ଉଠିଲା ଘରୋଇ ହିଂସା ଆଇନର ଅପବ୍ୟବହାର ପ୍ରସଙ୍ଗ

ଘରୋଇ ହିଂସା ଓ ମହିଳାଙ୍କ ପ୍ରତି ଶୋଷଣ ସମ୍ବନ୍ଧୀୟ ଆଇନର ଅପବ୍ୟବହାରକୁ ନେଇ ନିକଟରେ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ସଂସଦରେ ଏହି ପ୍ରସଙ୍ଗ ଉଠିଛି। ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିଜେପି ରାଜ୍ୟସଭା ସାଂସଦ ଦିନେଶ ଶର୍ମା ଚିନ୍ତା ପ୍ରକଟ କରିଛନ୍ତି।

ବଜେଟ ଅଧିବେଶନ ପୂର୍ବରୁ ସବୁ ନିଲମ୍ବିତ ସାଂସଦଙ୍କ ନିଲମ୍ବନ ଆଦେଶ ରଦ୍ଦ ହେବ !

ନୂଆଦିଲ୍ଲୀ: ଘରୋଇ ହିଂସା ଓ ମହିଳାଙ୍କ ପ୍ରତି ଶୋଷଣ ସମ୍ବନ୍ଧୀୟ ଆଇନର ଅପବ୍ୟବହାରକୁ ନେଇ ନିକଟରେ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ସଂସଦରେ ଏହି ପ୍ରସଙ୍ଗ ଉଠିଛି। ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିଜେପି ରାଜ୍ୟସଭା ସାଂସଦ ଦିନେଶ ଶର୍ମା ଚିନ୍ତା ପ୍ରକଟ କରିଛନ୍ତି। ସାଂସଦ ଦିନେଶ ଶର୍ମା ଗୃହରେ ମିଥ୍ୟା ଅଭିଯୋଗର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ପାଇଁ ଆବଶ୍ୟକ ଆଇନଗତ ଏବଂ ଭାବନାତ୍ମକ ସହାୟତା ଦାବି କରିଛନ୍ତି।

ଯେଉଁମାନେ ମିଥ୍ୟା ଅଭିଯୋଗ ଆଣିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଶୂନ୍ୟକାଳରେ ସାଂସଦ ଦିନେଶ ଶର୍ମା ଏହି ଆଇନକୁ ଲିଙ୍ଗନିରପେକ୍ଷ କରିବାକୁ ଦାବି କରିଥିଲେ। ଏହି ସମୟରେ ଘରୋଇ ହିଂସା ଓ ନିର୍ଯାତନା ସଂକ୍ରାନ୍ତ ଆଇନକୁ ଲିଙ୍ଗନିରପେକ୍ଷ କରିବାକୁ ସେ ଦାବି କରିଛନ୍ତି। ମହିଳାଙ୍କୁ ଘରୋଇ ହିଂସା ଓ ଶୋଷଣରୁ ରକ୍ଷା କରିବା ଦିଗରେ ଆଇନ ଉଲ୍ଲେଖନୀୟ ଅଗ୍ରଗତି କରିଛି, କିନ୍ତୁ ସମାନ ହିଂସା ଓ ଶୋଷଣରୁ ପୁରୁଷଙ୍କ ସୁରକ୍ଷାର ଅଭାବ ଚିନ୍ତାର ବିଷୟ ବୋଲି ସାଂସଦ କହିଛନ୍ତି। ମିଥ୍ୟା ଅଭିଯୋଗର ସମ୍ମୁଖୀନ ହେଉଥିବା ପୁରୁଷଙ୍କ ପାଇଁ ପର୍ଯ୍ୟାପ୍ତ ଆଇନଗତ ଏବଂ ଭାବନାତ୍ମକ ସମର୍ଥନ ନାହିଁ ବୋଲି ସାଂସଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe