ଦୁବାଇରେ ବସିଥିବା ପାକିସ୍ତାନୀ ଡନ ଦେଲା ମିଥୁନଙ୍କୁ ହତ୍ୟା ଧମକ

ମିଥୁନଙ୍କ ବୟାନକୁ କେନ୍ଦ୍ର କରି ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟି ରାଗିଯାଇ ଧମକପୂର୍ଣ୍ଣ ଭିଡିଓ ପୋଷ୍ଟ କରି କହିଛି,‘ ୧୦ରୁ ୧୫ଦିନ ମଧ୍ୟରେ କ୍ଷମା ମାଗ ନଚେତ ଅନୁତାପ କରିବ।’

ଢ଼ଖଫି


ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରେ ସମ୍ପ୍ରତି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ହତ୍ୟା ଧମକ ମିଳିଛି। 

ପ୍ରକାଶିତ ରିପୋର୍ଟ ମୁତାବକ, ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟି ଦୁବାଇ ଏବଂ କୋଲକାତାର ବିଜେପି ନେତା ତଥା ଅଭିନେତାଙ୍କୁ ଧମକ ଦେଇ କ୍ଷମା ମାଗିବାକୁ ଦାବି କରିଛି। ଏପରି ନକଲେ ନେତା ଓ ଅଭିନେତାଙ୍କୁ ଅନୁତାପ କରିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛି। ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟିର ଦୁଇଟି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନ ଉପରେ ଧମକ ଦେଉଥିବା ଶୁଣିବାକୁ ମିଳୁଛି।


 
ଗତ ମାସରେ ଉତ୍ତର ୨୪ ପରଗନା ଜିଲ୍ଲାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଦାଦାସାହେବ ଫାଲକେ ପୁରସ୍କାର ବିଜେତା ମିଥୁନ ଚକ୍ରବର୍ତ୍ତୀ ଉସୁକାଇବା ଭଳି ଏକ ଭାଷଣ ଦେଇଥିଲେ। ଯାହାକୁ ନେଇ ଅଭିଯୋଗ ବି ହୋଇଥିଲା। ଏମିତି କି ମିଥୁନଙ୍କ ବିରୋଧରେ ମାମଲା ବି ରୁଜୁ କରାଯାଇଥିଲା। 

ମିଥୁନ ଭାଷଣ ଦେବା ସମୟରେ କହିଥିଲେ, 'ଆଜି ମୁଁ ଜଣେ ଅଭିନେତା ଭାବରେ ନୁହେଁ ବରଂ ୬୦ ଦଶକର ମିଥୁନ ଚକ୍ରବର୍ତ୍ତୀ କହୁଛି। ମୁଁ ରକ୍ତର ରାଜନୀତି କରିସାରିଛି, ତେଣୁ ରାଜନୀତିର କୌଶଲ ମୋ ପାଇଁ ନୂଆ ନୁହେଁ । ମୁଁ ଜାଣେ କେଉଁ ପଦକ୍ଷେପ ନେଇ କାମ କରିବାକୁ ହେବ । ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସାମ୍ନାରେ କହୁଛି ଯେ ଏଥିପାଇଁ ଯାହା ଆବଶ୍ୟକ ତାହା ମୁଁ କରିବି।

ଏଠାରେ ଜଣେ ନେତା କହିଥିଲେ ଯେ ହିନ୍ଦୁମାନଙ୍କୁ କାଟିବା ପରେ ଭାଗୀରଥୀରେ ଭସାଇ ଦେବେ। ମୁଁ ଭାବିଲିଥିଲି ମୁଖ୍ୟମନ୍ତ୍ରୀ ତାଙ୍କୁ କିଛି କହିବେ, କିନ୍ତୁ ସେ କିଛି କହିଲେ ନାହିଁ। କିନ୍ତୁ ମୁଁ କହୁଛି ମୁଁ ତୁମକୁ ତୁମ ଜମିରେ ହିଁ ପୋତି ଦେବି।’

ମିଥୁନଙ୍କ ଏହି ବୟାନକୁ କେନ୍ଦ୍ର କରି ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟି ରାଗିଯାଇ ଏକ ଧମକପୂର୍ଣ୍ଣ ଭିଡିଓ ପୋଷ୍ଟ କରିଛି। ଭଟ୍ଟି ମିଥୁନ କହିଥିବା ଭାଷଣ ଉପରେ ଜୋର ଦେଇ ୧୦ରୁ ୧୫ଦିନ ମଧ୍ୟରେ ସୁପରଷ୍ଟାରଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଛି। 

ଅଧିକପଢ଼ନ୍ତୁ:ତାଜମହଲରେ ପହଞ୍ଚିଥିବା ଜିଲ୍ଲାପାଳଙ୍କୁ ଚିହ୍ନି ପାରିଲେ ନାହିଁ ଲୋକେ

ଅଧିକପଢ଼ନ୍ତୁ:ଆମେରିକା ପଠାଇଦେବାରୁ ପ୍ରେମିକାର ବାପାକୁ ଗୁଳି କଲା ପ୍ରେମିକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe