ମିଥୁନଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର

Advertisment

ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ମିଳିଛି। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ହିନ୍ଦୀ ସିନେମା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

Updated On

ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ମିଳିଛି। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ହିନ୍ଦୀ ସିନେମା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଅଦ୍ୟତନ ହୋଇଛି
Mithun

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ମିଳିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ହିନ୍ଦୀ ସିନେମା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅଶ୍ବିନୀ ବୈଷ୍ଣବ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସରେ ଏକ ପୋଷ୍ଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି କି ‘‘ମୁଁ ଏହା ଘୋଷଣା କଲାବେଳେ ଗୌରବାନ୍ବିତ ଅନୁଭବ କରଛି ଯେ ହିନ୍ଦୀ ସିନେମା ଜଗତରେ ଅତୁଳନୀୟ ଅବଦାନ ପାଇଁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିଚାରକମାନେ ଦାଦା ସାବେହ ଫାଲ୍‌କେ ପୁରସ୍କାର ଦେବାକୁ ନିର୍ଣ୍ଣୟ ନେଇଛନ୍ତି। ତାଙ୍କୁ ଏହି ସମ୍ମାନରେ ୭୦ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ଅକ୍ଟୋବର ୮ ତାରିଖରେ ସମ୍ମାନୀତ କରାଯିବ।’’

‘ମୃଗୟା’ ସିନେମାରୁ ମିଥୁନ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ କରିଥ‌ିଲେ। ପ୍ରଥମରୁ ତାଙ୍କର ଚଳଚ୍ଚିତ୍ର ଜୀବନର ଯାତ୍ରା ବେଶ୍‌ ସଂଘର୍ଷମୟ  ଥିବାବେଳେ ସମୟକ୍ରମେ ସେ ଜଣେ ସଫଳ ଅଭିନେତା ଭାବେ ନିଜକୁ ପରିଚିତ କରାଇବାରେ ସଫଳ ହୋଇଥିଲେ। ଏକ ସମୟରେ ମିଥୁନ୍‌ ଦା’ଙ୍କୁ ଲେ‌ାକେ ସୁପର୍‌ଷ୍ଟାର୍‌ ବୋଲି କହୁଥିଲେ। ଏବେ ପର୍ଯ୍ୟନ୍ତ ବି ସେ ତାଙ୍କର ଅଭିନୟ ଯାତ୍ରା ଅବ୍ୟାହତ ରଖିଛନ୍ତି। ମୁଖ୍ୟ ଚରିତ୍ର ନ ହେଲେ ବି ପାର୍ଶ୍ବ ଚରିତ୍ର ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe