ବିଜେପିରେ ଯୋଗ ଦେଇ କୋଲକାତାର ଭୋଟର ଭାବେ ନାମ ପଞ୍ଜୀକରଣ କରିବା ସତ୍ତ୍ବେ ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲାନି ଟିକେଟ

Advertisment
ବିଜେପିରେ ଯୋଗ ଦେଇ କୋଲକାତାର ଭୋଟର ଭାବେ ନାମ ପଞ୍ଜୀକରଣ କରିବା ସତ୍ତ୍ବେ ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲାନି ଟିକେଟ

କୋଲକାତା: ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବାର କିଛି ଦିନ ପରେ ଗତକାଲି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାର ଭୋଟର ଭାବେ ତାଙ୍କର ନାମ ପଞ୍ଜୀକରଣ କରିଥିଲେ। ପୂର୍ବରୁ ମୁମ୍ବାଇର ଭୋଟର ଥିବା ଏହି ଅଭିନେତା ନିଜକୁ କାଶୀପୁର- ବେଲଗାଛିଆର ଭୋଟର ଭାବରେ ପଞ୍ଜୀକୃତ କରିଥିଲେ। ଭୋଟର ଭାବେ ନାମ ପଞ୍ଜୀକରଣ କରିବା ପରେ ଅଭିନେତା ମିଥୁନ୍‌ ବିଜେପି ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ଜୋର ଧରିଥିଲା। ହେଲ ଆଜି ସେହି ଆଲୋଚନା ଉପରେ ପୂର୍ଣ୍ଣଛେଦ ପଡ଼ିଛି। କୋଲକାତା ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ନିଜର ଶେଷ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ସେଥିରେ ମିଥୁନ ଚକ୍ରବର୍ତ୍ତୀଙ୍କ ନାଁ ନଥିବା ଦେଖାଯାଇଛି।

Mithun Chakraborty Missing From BJP's Final List For Bengal Polls ndtv

ତେବେ ଚଳିତ ନିର୍ବାଚନରେ ମିଥୁନ ଚକ୍ରବର୍ତ୍ତୀ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ସ୍ପଷ୍ଟ ହୋଇଥିବା ବେଳେ ଦଳ ତାଙ୍କୁ କେଉଁ ଦାୟିତ୍ବ ଦେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ମିଥୁନ ଚକ୍ରବର୍ତ୍ତୀ ମାର୍ଚ୍ଚ ୩୦ରେ ସୁଭେନ୍ଦୁ ଆଧିକାରୀଙ୍କ ପାଇଁ ନନ୍ଦିଗ୍ରାମରେ ପ୍ରଚାର କରିବେ। ସେହି ରୋଡ୍ ସୋ’ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ରହିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe